୧୮ଘଣ୍ଟା ପଡିରହିଲା ମାଓବାଦୀଙ୍କ ଶବ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ଜେଲରେ ଆତ୍ମହତ୍ୟା କରିଥିବା ମାଓବାଦୀଙ୍କ ଶବ ଜିଲ୍ଲା ହସ୍ପିଟାଲରେ ଦୀର୍ଘ ୧୮ ଘଣ୍ଟା ଧରି ପଡିଲା । ଏହାକୁ ନେଇ ସାଧାରଣରେ ନାପସନ୍ଦ କରାଯାଇଛି । ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଜେଲରେ ଦାନୁ ଗୋଲରୀ ନାମକ ଜଣେ ବିଚାରାଧୀନ ମାଓବାଦୀ ଆତ୍ମହତ୍ୟା କରିଥିଲେ । କଏଦୀଙ୍କ ରକ୍ତାକ୍ତ ଶରୀର ପାଇଖାନାରେ ପଡିଥିଲା । ଜେଲ କର୍ତ୍ତୃର୍ପକ୍ଷ ତାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲକୁ ଆଣିଥିଲେ । ସେଠାରେ ଡାକ୍ତର ଦାନୁଙ୍କୁ ମୃତ ଘୋଷଣା କରିବା ପରେ ଜେଲ କର୍ତ୍ତୃପକ୍ଷ ଶବକୁ ଛାଡିଦେଇ ପଳାଇଯାଇଥିଲେ । କେହି ନଥିବାରୁ ଦାନୁଙ୍କ ମୃତଦେହକୁ ସେଠାରେ ପକାଇ ରଖାଯାଇଥିଲା । ଆଜି ଅପରାହ୍ନରେ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା । ତେବେ ଦୀର୍ଘ ସମୟ ଧରି ଶବକୁ ଏକା ଛାଡି ଦିଆଯାଇଥିବାରୁ ଏହାକୁ ନେଇ ସାଧାରଣରେ ସମାଲୋଚନା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons