ଭିଜିଲାନ୍ସ ଜାଲରେ କୋଟିପତି କିରାଣି

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନୁ୍ୟଜ): ଭିଜିଲାନ୍ସ ଜାଲରେ ପଡିଛନ୍ତି ଅନୁଗୁଳ ଆର୍ଡବ୍ଲୁ୍ୟଏସ୍ଏସ୍ କାର୍ଯ୍ୟାଳୟର କିରାଣି(କ୍ୟାସିୟର) ରୋହିତାଶ୍ୱ ବାଘ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରିଛି । ଯାଞ୍ଚ ଜାରି ରହିଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ରୋହିତାଶ୍ୱ ଓ ତାଙ୍କ ପରିବାର ବର୍ଗଙ୍କ ନାମରେ କୋଟିଏରୁ ଊଦ୍ଧ୍ୱର୍ ଟଙ୍କାର ସମ୍ପତ୍ତି ଠାବ କରିଛି ।
ଭିଜିଲାନ୍ସ କଟକ ଡିଭିଜନ୍ ଏସ୍ପି ଶଶୀଭୂଷଣ ମିଶ୍ରଙ୍କ ନିଦେ୍ର୍ଧଶ କ୍ରମେ ମଙ୍ଗଳବାର ସକାଳୁ ୭ଟି ଟିମ୍ ଏହି ଚଢ଼ଉ ଆରମ୍ଭ କରିଥିଲା । ଶ୍ରୀ ବାଘ କାର୍ଯ୍ୟ କରୁଥିବା ଆର୍ଡବ୍ଲୁ୍ୟଏସ୍ଏସ୍ କାର୍ଯ୍ୟାଳୟ, ଜେଲ୍ ରୋଡ୍ରେ ଥିବା ତାଙ୍କ ସରକାରୀ କ୍ୱାର୍ଟର୍ସ୍, ଆଠମଲ୍ଲିକ ବ୍ଲକ ନୂଆସାହିରେ ଥିବା ୩ ମହଲା ଘର, ଟାଙ୍ଗିଆନିଶା ଗ୍ରାମରେ ଥିବା କୁକୁଡା ଫାର୍ମ, ବୌଦ୍ଧ ପିଡବ୍ଲୁ୍ୟଡି ଅଫିସ୍ ନିକଟରେ ଥିବା ପାଣି ପାଉଚ୍ ଫ୍ୟାକ୍ଟ୍ରି, ଆଠମଲ୍ଲିକରେ ଥିବା ଭଡ଼ାଘର, ଆଠମଲ୍ଲିକ ବରଗାଁ ସ୍ଥିତ ପୈତୃକ ଘର, ତିନି ମହଲା ବିଶିଷ୍ଟ କୋଠାର ଦ୍ୱିତୀୟ ମହଲାରେ ଥିବା ପାଣି ଫ୍ୟାକ୍ଟ୍ରିରେ ଯାଞ୍ଚ କରିଥିଲା ଭିଜିଲାନ୍ସ ଟିମ୍ । ଚଢ଼ାଉ ବେଳେ ତାଙ୍କ ନିକଟରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ସମେତ ନଗଦ ଟଙ୍କା ଓ ସୁନା ଜବତ କରାଯାଇଛି ।
ସମ୍ପତ୍ତି ତାଲିକାରେ ୩ ମହଲା କୋଠାର ମୂଲ୍ୟ ୫୬ ଲକ୍ଷ ହୋଇଥିବା ବେଳେ ଆଠମଲ୍ଲିକ ଓ ଭୁବନେଶ୍ୱରରେ ୩୭ ଲକ୍ଷ ଟଙ୍କାର ଜମି ଥିବା ଭିଜିଲାନ୍ସ ଆକଳନ କରିଛି । ଏହାଛଡ଼ା ତାଙ୍କ ଠାରୁ ନଗଦ ୭ ହଜାର ଟଙ୍କା, ଅଢେ଼ଇ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ୫ ଲକ୍ଷ ଟଙ୍କା କୁକୁଡା ଫାର୍ମ୍, ବିଭିନ୍ନ ବ୍ୟାଙ୍କରେ ଦେଢ଼ ଲକ୍ଷ ଟଙ୍କାର ଜମା ରହିଛି । ଜଣେ କନିÂ କିରାଣିଙ୍କ ପାଖରେ କୋଟିଏରୁ ଊଦ୍ଧ୍ୱର୍ ଟଙ୍କାର ସମ୍ପତ୍ତି ସମସ୍ତକୁ ଚକିତ କରିଥିବା ବେଳେ ଭିଜିଲାନ୍ସ ଏ ଦିଗରେ ଅଧିକ ତଦନ୍ତ ଜାରି ରଖିଛି । ଚଢ଼ାଉ ଟିମ୍ରେ କେନ୍ଦ୍ରାପଡ଼ା ଭିଜିଲାନ୍ସ ଡିଏସ୍ପି କେ. ରାୟଗୁରୁ, ଅନୁଗୁଳ ଭିଜିଲାନ୍ସର ଇନ୍ସପେକ୍ଟର ପ୍ରଦୀପ କୁମାର ସାମଲ, ଯାଜପୁର ଭିଜିଲାନ୍ସର ଅନୁସୂୟା ସେନାପତି, କଟକ ଡିଭିଜନ୍ର ଇନ୍ସପେକ୍ଟର ଜ୍ୟୋତିଶଙ୍କର ସାହୁ, ବିଜୟ କୁମାର ଓରାମ୍, ବିଜୟ କୁମାର ସେଠୀ ପ୍ରମୁଖ ସାମିଲ୍ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons