ଶୋଇଥିବା ଅବସ୍ଥାରେ ମହିଳା ହତ୍ୟା କଲେ ଦୁର୍ବୃତ୍ତ

Get real time updates directly on you device, subscribe now.

କରଞ୍ଜିଆ: ଅନ୍ଧବିଶ୍ୱାସ କିମ୍ବା ପାରିବାରିକ କଳହ ନେଲା ଜୀବନ। ଏପରି ଏକ ଅଭାବୀନୀୟ ଘଟଣା ଦେଖିବାକୁ ମିଳିଛି ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡା ଗ୍ରାମରେ। ଗ୍ରାମର ଘାସିରାମ ମାରାଣ୍ଡିଙ୍କ ସ୍ତ୍ରୀ ଚକ ମାରାଣ୍ଡି ଗତ ରାତିରେ ଶୋଇଥିବା ବେଳେ କିଛି ଦୁବୁର୍ତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟାକରିଥିଲେ। ହତ୍ୟା କରିବା ପରେ ଦୁବୁର୍ତ୍ତ ଘର ଠାରୁ ପାଖାପାଖି ୫୦୦ମିଟର ଦୂରକୁ ନେଇ ମୃତ୍ୟୁ ଦେହକୁ ଫୋପାଡ଼ି ଦେଇଥିବା ଜଣାପଡ଼ିଛି। ଆଜି ଦିନ ୧୦ ଘଟିକା ସମୟରେ ଗାଁର କିଛି ଲୋକ ମୃତଦେହ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ହତ୍ୟା ପଛର କାରଣ କିଛି ଜଣା ପଡିନାହିଁ। ପୁଲିସ୍ ମୃତ ମହିଳାଙ୍କ ସ୍ୱାମୀ ଘାସିରାମ ମାରାଣ୍ଡିକୁ ଅଟକ ରଖିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons