ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ଭିଜିଲାନ୍ସ ଚଢ଼ଉ। ଏଠାକାର ଇନ୍ଦ୍ରାବତୀ ପ୍ରକଳ୍ପର ପୂର୍ବତନ ଡ୍ରାଇଭର ରମେଶ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ତାଙ୍କର ଧର୍ମଗଡ଼ ସ୍ଥିତ କଲେଜ ରାସ୍ତାରେ ଥିବା ନିଜସ୍ୱ ଘରେ ଓ ଜୁନାଗଡ଼ସ୍ଥିତ ଗେଷ୍ଟ ହାଉସରେ ଭିଜିଲାନ୍ସ ଚଢ଼ଉ କରିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ ହୋଇଛି। ଏହି ଚଢ଼ଉରେ କଳାହାଣ୍ଡି, ନୂଆପଡ଼ା ଏବଂ ମାଲକାନଗିରି ଭିଜିଲାନ୍ସ ସାମିଲ ହୋଇଛନ୍ତି। ତେବେ ତାଙ୍କ ଘରୁ କେତେ ପରିମାଣର ଟଙ୍କା କିମ୍ବା ଆଉ କିଛି ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି କି ନାହିଁ, ତାହା ଜଣାପଡ଼ିନାହିଁ।


Comments are closed, but trackbacks and pingbacks are open.