ରେଲୱେ ଫାଟକ ନିକଟରେ ଦୁର୍ଘଟଣା: ୨ ଗୁରୁତର

Get real time updates directly on you device, subscribe now.

ବଲାଙ୍ଗିର: ବଲାଙ୍ଗିର ସୁଦପଡା ରେଲୱେ ଫାଟକ ନିକଟରେ ଗତକାଲି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି। ଦ୍ରୁତ ଗତିରେ ଆସୁଥିବା କାର୍‌ଟି ୨ ବାଇକ୍‌ ଆରୋହୀଙ୍କୁ ପିଟି ଲେବଲ କ୍ରସିଂରେ ପିଟି ହୋଇଥିବା ଜଣାଯାଇଛି। ଦୁର୍ଘଟଣା ପରେ କାର୍‌ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଗୁରୁତରଦ୍ୱୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଗତ ରାତିରେ ଟ୍ରେନ୍‌ ଆସୁଥିବାରୁ ସୁଦପଡା ରେଲୱେ ଫାଟକ ଲେବଲ କ୍ରସିଂ ଗେଟ ପଡିଥିଲା । ଉକ୍ତ ସମୟରେ କିଛି ବାଇକ୍‌ ଆରୋହୀ ଉଭୟ ପଟରେ ଅଟକି ରହିଥିଲେ । ଏକ କାର୍‌ ପୁଇଁନ୍ତଲା ପଟରୁ ଦ୍ରୁତ ଗତିରେ ଆସି ହଠାତ ଦୁଇ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେବା ସହ ଗେଟରେ ପିଟି ହୋଇଥିଲା। ଫଳରେ ଗେଟ ଭାଙ୍ଗି ଯାଇଥିବା ବେଲେ କାରର ସାମ୍ନା ପଟ ଭାଙ୍ଗି ଯାଇଥିଲା । କାର ଧକ୍କାରେ ଦୁଇ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କ ଭିତରେ ଜଣେ ବେଳବାହାଲି ଗାଁର ହୋମଗାର୍ଡ ଚାକିରୀ କରୁଥିବା ସୁଶାନ୍ତ ସାଏ ବୋଲି ଜଣା ପଡିଛି । ଗୁରୁତରମାନଙ୍କୁ ପୋଲିସ ପି.ସି.ଆର ଭ୍ୟାନ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲା । କାରଟି ବ୍ରହ୍ମପୁରରୁ ଆସୁଥିବା ବେଲେ ସେଥିରେ ଡ୍ରାଇଭର ସହିତ ତିନିଜଣ ଥିଲେ । ଡ୍ରାଇଭର ଫେରାର ମାରିଥିବା ବେଲେ ଅନ୍ୟ ଦୁଇଜଣଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ୍‌ ଜିମା ଦେଇଥିଲେ । ସେମାନେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ବଲାଙ୍ଗିର ଟାଉନ ପୁଲିସ୍‌ ଛାନଭିନ ଜାରି ରଖିଛି ।
କାର୍‌ ଭିତରେ ମଦ ବୋତଲ ପଡ଼ିଥିବା ଦେଖିବାକୁ ମିଳିଥିବା ବେଳେ ନିଶାସକ୍ତ ହୋଇ ଗାଡ଼ି ଚାଳନା ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ଜଣାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons