ଉତ୍ତରପ୍ରଦେଶ: ବିଦ୍ୟାଳୟରେ ଗୁଳିକାଣ୍ଡ। ନିଜ ବନ୍ଧୁକୁ ଗୁଳି କରି ହତ୍ୟା କଲା ଦଶମ ଶ୍ରେଣୀ ଛାତ୍ର। ଏହି ଗୁଳିକାଣ୍ଡ ଉତ୍ତରପ୍ରଦେଶର ବୁଲନ୍ଦସହରରେ ଥିବା ସୁରଜଭାନ ସରସ୍ବତୀ ବିଦ୍ୟା ମନ୍ଦିର ଇଣ୍ଟର କଲେଜରେ ଘଟିଛି।
ମିଳିଥିବା ସୂଚନା ଅନୁସାରେ କ୍ଲାସ୍ରେ ଚୌକି ହଟାଇବାକୁ କେନ୍ଦ୍ର କରି ଦଶମ ଶ୍ରେୀଣୀ ଛାତ୍ର ଗୁଳି କରିଛି। ତେବେ ଛାତ୍ର ଜଣକ ନିଜ ଦାଦାଙ୍କ ଲାଇସେନ୍ସ ବନ୍ଧୁକରୁ ନିଜ ସାଙ୍ଗକୁ ଗୁଳି କରିଥିବା ଜଣାପଡ଼ିଛି। ଛାତ୍ରଟି ଯେତେବେଳେ ନିଜ ସହପାଠୀକୁ ଗୁଳି କଲା କ୍ଲାସ୍ରେ ଶିକ୍ଷକ ମଧ୍ୟ ଉପସ୍ଥିତ ଥିଲେ। ହଠାତ କ୍ଲାସରେ ଗୁଳି ଶବ୍ଦ ଶୁଭିବା ପରେ ସବୁ କିଛି ଶାନ୍ତ ପଡ଼ିଯାଇଥିଲା।
ପଛକୁ ଦେଖିଲା ବେଳେକୁ ଜଣେ ଛାତ୍ର ତଳେ ପଡ଼ିଥିବା ବେଳେ ଅନ୍ୟ ଜଣେ ହାତରେ ବନ୍ଧୁକ ଧରିଥିଲା। ଏହା ଦେଇ ଶିକ୍ଷକ ଓ ଛାତ୍ରଛାତ୍ରୀ ଭୟରେ ପାଟି କରିବାକୁ ଲାଗିଥିଲେ। ଏହାର ଫାଇଦା ନେଇ ଅଭିଯୁକ୍ତ ଛାତ୍ର ଖସିଯିବାକୁ ଉଦ୍ୟମ କରିଥିଲା । କିନ୍ତୁ କ୍ଲାସ୍ରେ ଥିବା ଶିକ୍ଷକ ଅଭିଯୁକ୍ତକୁ ଧରି ପୋଲିସ୍ରେ ଦେଇଥିବା ଜଣାପଡ଼ିଛି।
ଅଭିଯୁକ୍ତ ଛାତ୍ର ସ୍କୁଲ ବ୍ୟାଗ୍ରେ ବନ୍ଧୁକ ଲୁଚାଇ ସ୍କୁଲକୁ ଆଣିଥିଲା। ସକାଳ ପ୍ରାର୍ଥନା ସରିବା ପରେ ଶିକ୍ଷକ ପଢ଼ାଇବାକୁ କ୍ଲାସ୍ରେ ପହଞ୍ଚିବା ପରେ ହଠାତ ଗୁଳି ଶବ୍ଦ ଶୁଭିଥିଲା। ତେବେ ଗୁରୁତର ହୋଇଥିବା ଛାତ୍ରଙ୍କୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଥିଲା। ଅଭିଯୁକ୍ତ ଛାତ୍ରକୁ ପୋଲିସ ଗିରଫ କରିଛି।


Comments are closed, but trackbacks and pingbacks are open.