ଜଗତସିଂହପୁର, (ବି.ବି.ନୁ୍ୟଜ): ଆସନ୍ତାକାଲି ଅର୍ଥାତ ରବିବାରଠାରୁ କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜିଉଙ୍କ ମନ୍ଦିର ଖୋଲିବ । ଏନେଇ ପୂର୍ବରୁ ମନ୍ଦିର ପ୍ରଶାସନ ସୂଚନା ଦେଇଥିଲା । ଆଜି ଇଛାପୁରସ୍ଥିତ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନଙ୍କ ଆଦେଶ ଅନୁସାରେ ମନ୍ଦିର ଟ୍ରଷ୍ଟ ବୋର୍ଡ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ମିଳିତ ବୈଠକରେ ଶ୍ରୀ ବଳଦେବଜିଉଙ୍କ ମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ କୋଭିଡ୍ ନିୟମ ଅନୁସାରେ ଖୋଲା ଯିବାକୁ ନିଷ୍ପତ୍ତି ହୋଇଛି ।
ସେହିପରି ଆସନ୍ତା କାଲିଠାରୁ ଜଗତସିଂହପୁର ଜିଲ୍ଲାର ଅଧିÂାତ୍ରୀ ଦେବୀ ମା’ ଶାରଳା ଏବଂ ପ୍ରଭୁ ଗୋରେଖନାଥଙ୍କ ପୀଠ ମଧ୍ୟ ଖୋଲାଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି । ତେବେ ମକର ସଂକ୍ରାନ୍ତି ଦିନ ଭିଡ଼ ହେବାର ଆଶଙ୍କା ରହୁଛି । ତେଣୁକରି ଉକ୍ତ ଦିନ ଉଭୟ ଶାରଳା ମନ୍ଦିର ଏବଂ ଗୋରଖନାଥଙ୍କ ପୀଠ ବନ୍ଦ ରହିବ । ପ୍ରତ୍ୟେକ ଦିନ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ୫୦୦ ପର୍ଯ୍ୟନ୍ତ ଭକ୍ତ ଦର୍ଶନର ସୁଯୋଗ ପାଇବେ । ମାତ୍ର ୬୫ ବର୍ଷ ବୟସରୁ ଉଦ୍ଧ୍ୱର୍ ଓ ୧୦ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଦିଅଁ ଦର୍ଶନ କରିବାର ସୁଯୋଗ ମିଳିବ ନାହିଁ । କେବଳ ସାଧାରଣ ଲୋକ ନୁହଁନ୍ତି, ପଣ୍ଡା ଏବଂ ସେବାୟତମାନଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ପ୍ରତ୍ୟେକ ଭକ୍ତ ଦର୍ଶନ ପୂର୍ବରୁ ପରିଚୟ ପତ୍ର ଓ ବୟସ ପ୍ରମାଣ ପତ୍ର ଦେଖାଇବେ । ଏଥିସହ ଜିଲ୍ଲା ବାହାରର ଦର୍ଶନାର୍ଥୀଙ୍କୁ ପାଞ୍ଚ ଦିନ ମଧ୍ୟରେ କୋଭିଡ଼୍ ଟେଷ୍ଟ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ବୈଠକରେ ସ୍ଥିର କରାଯାଇଛି ।
ଅପରପକ୍ଷେରେ ଶ୍ରୀବଳଦେବଜିଉ ଟ୍ରଷ୍ଟବୋର୍ଡ ସଭାପତି ତଥା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ସୂଚନା ଦେଇ କହିଛନ୍ତି, କୋଭିଡ୍ କଟକଣାର ବହୁଦିନ ପରେ ଆସନ୍ତାକାଲି ମନ୍ଦିର ଖୋଲୁଥିବାରୁ ପ୍ରବଳ ଗହଳି ଆଶା କରାଯାଉଛି । ତେଣୁ ଶୃଙ୍ଖଳିତ ଦିଅଁ ଦର୍ଶନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । କୋଭିଡ୍ ମାର୍ଗଦର୍ଶିକା ଅନୁସରଣ କରି ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବନେ୍ଦାବସ୍ତ କରାଯାଇଛି । ସେବାୟତମାନଙ୍କ ସହଯୋଗ, ଭକ୍ତମାନଙ୍କ ଶୃଙ୍ଖଳିତ ଆଚରଣ, ପ୍ରଶାସନିକ ବିଧିବ୍ୟବସ୍ଥା ମଧ୍ୟରେ ଦର୍ଶନ ବ୍ୟବସ୍ଥା କରାଯିବ । ନିର୍ଦ୍ଧିଷ୍ଟ ସମୟରେ ସର୍ବାଧିକ ୧୦୦ ଜଣ ମନ୍ଦିର ମଧ୍ୟରେ ରହିପାରିବେ । ଜଗମୋହନ ପର୍ଯ୍ୟନ୍ତ ଧାଡ଼ି ରହିବ । ଜଗମୋହନଠାରୁ ଭକ୍ତମାନେ ସାମାଜିକ ଦୂରତ୍ୱ ପାଳନ କରି କିପରି ଭିତରକୁ ଯାଇପାରିବେ ତା’ର ବ୍ୟବସ୍ଥା ହୋଇଛି । ସେବାୟତମାନେ ଶ୍ରଦ୍ଧାଳୁଙ୍କୁ ଶ୍ରୀଜିଉଙ୍କ ଦର୍ଶନ କରାଇବାର ବ୍ୟବସ୍ଥା କରିବା ପରେ ମଝି ଦେଉଳ ପୂର୍ବରୁ ଥିବା ପାଶ୍ୱର୍ଦ୍ୱାରରେ ସେମାନେ ବାହାରକୁ ଆସିବେ । ପରେ ଅନ୍ୟ ଭକ୍ତମାନେ ମନ୍ଦିରକୁ ପ୍ରବେଶ କରିପାରିବେ । ତେବେ ମନ୍ଦିରରେ ପ୍ରସାଦ ସେବନ ବାରଣ କରାଯାଇଛି । ପ୍ରସାଦ ନେଇ ବାହାରେ ସେବନ କରିପାରିବେ । ମନ୍ଦିରରେ ପ୍ରବେଶ ପୂର୍ବରୁ ସାନିଟାଇଜେସନ୍, ସ୍କ୍ରିନିଂର ବନେ୍ଦାବସ୍ତ କରାଯାଇଛି । ସେବାୟତ ଓ ଭକ୍ତ ସମସ୍ତେ ଯେମିତି ମାସ୍କ ପିନ୍ଧିବେ ତା’ ଉପରେ ଗୁରୁତ୍ୱାରୋପ କରାଯାଇଛି । ତେବେ ପରିଚୟପତ୍ରର କୌଣସି ଆବଶ୍ୟକତା ନଥିବା ସେ କହିଛନ୍ତି । ସୁରକ୍ଷା ଦୃଷ୍ଟିରୁ ମନ୍ଦିରାଞ୍ଚଳରେ ୧ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଆସନ୍ତାକାଲି ଶ୍ରୀ ବଳଦେବଜିଉଙ୍କ ମନ୍ଦିର ସହ ପୁରୁଣା ବସ୍ଷ୍ଟାଣ୍ଡଠାରେ ଥିବା ଜୁମନା ମସଜିଦ୍ ବି ଖୋଲିବ । ତେବେ ଅନ୍ୟାନ୍ୟ ଧର୍ମାନୁÂାନ କୋଭିଡ୍ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ଚଳିତ ଜାନୁଆରୀ ୧୦ ତାରିଖରୁ ଖୋଲିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ଏହି ବୈଠକରେ ଦେବୋତ୍ତର ନ୍ୟାସ ମଣ୍ଡଳର ସଭାପତି ତଥା ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର, ସଭ୍ୟ ତଥା ପୂର୍ବତନ ପୌରାଧ୍ୟକ୍ଷ ଧିରେନ କୁମାର ସାହୁ, ବରିÂ ସେବାୟତ ବଳରାମ ସୁଆର, ରଞ୍ଜନ କୁମାର ପୃଷ୍ଟି, ଯଯାତି କେଶରୀ ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ଜିଲ୍ଲା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ରାଜୀବ ଲୋଚନ ପଣ୍ଡା, ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ,ମନ୍ଦିର ସୁପରଭାଇଜର ନୃସିଂହ ଚରଣ ପତ୍ରୀ, ବଡପଣ୍ଡା ମାଧବ ଚନ୍ଦ୍ର ପତ୍ରୀ ଓ ସେବାୟତ କାମାପାଳ ପତ୍ରୀ ଉପସ୍ଥିତି ଥିଲେ । ପ୍ରଥମେ ସମସ୍ତେ ମନ୍ଦିର ମଧ୍ୟରେ ସ୍ଥିତି ଅନୁଧ୍ୟାନ କରିବା ପରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ କୋଭିଡ୍ ନିୟମକୁ କଡାକଡି ଭାବେ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।
Comments are closed, but trackbacks and pingbacks are open.