୧୮ଟି ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ

Get real time updates directly on you device, subscribe now.

ବୌଦ୍ଧ,(ବି.ବି.ନୁ୍ୟଜ): ବୌଦ୍ଧ ଜିଲ୍ଲା ଆଜି ତାର ୨୭ତମ ପ୍ରତିÂା ଦିବସ ପାଳନ କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି । ମୋଟ୍ ୪୪ କୋଟି ୬୦ ଲକ୍ଷ ଟଙ୍କାର ୧୮ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ସେଥିମଧ୍ୟରେ ରହିଛି ବୌଦ୍ଧ ଜିଲ୍ଲାର ନୂତନ ସଂଗ୍ରହାଳୟ, ୩ ଟି ଦୁଗ୍ଧ ଶୀତଳିକରଣ ପ୍ରକଳ୍ପ, ବିଭିନ୍ନ ରାସ୍ତାର ନିର୍ମାଣ ଓ ପ୍ରଶସ୍ତୀକରଣ, ପାର୍କ ଓ ଛକର ବିକାଶ କାମ ।
ବୌଦ୍ଧ ସ୍ଥିତ ୧୦୦ ବର୍ଷ ପୁରାତନ କଚେରୀ କୋଠାରେ ପ୍ରତିÂିତ ନୂତନ ସଂଗ୍ରହାଳୟକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରି କହିଛନ୍ତି, ପ୍ରାଚୀନ କୀର୍ତ୍ତିରାଜି ଓ ସଂସ୍କୃତି ସଂପନ୍ନ ବୌଦ୍ଧ ଜିଲ୍ଲାରେ ବିକାଶର ଧାରା ଆଗେଇ ଚାଲିଛି । ଏହି ଆଇକନିକ ହେରିଟେଜ୍ କୋଠାରେ ସଂଗ୍ରହାଳୟ ପ୍ରତିÂା ଦ୍ୱାରା ବୌଦ୍ଧ ଜିଲ୍ଲାର କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଓ ପ୍ରଚାର ପ୍ରସାର ହୋଇ ପାରିବ । ଜିଲ୍ଲାରେ ପର୍ଯ୍ୟଟନର ବିକାଶରେ ମଧ୍ୟ ଏହା ସହାୟକ ହେବ । ସେହିପରି ୩ଟି ଦୁଗ୍ଧ ଶୀତଳିକରଣ ପ୍ରକଳ୍ପ ଦ୍ୱାରା ଜିଲ୍ଲାର ୪ ହଜାର ଦୁଗ୍ଧ ଚାଷୀ ଉପକୃତ ହୋଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି, ବିକାଶର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚିବା ଆବଶ୍ୟକ । ବିଶେଷ କରି ଗରିବ ଲୋକ ଓ ମା’ ମାନଙ୍କ ହକ୍ର ସୁରକ୍ଷା ପାଇଁ ସମସ୍ତ କାର୍ଯ୍ୟକରିବା ନିମନ୍ତେ ପ୍ରଶାସନକୁ ପରାମର୍ଶ ଦେଇ ଜିଲ୍ଲାର ବିକାଶ ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଅତିଥି ଭାବେ ଯୋଗ ଦେଇଥିଲେ । ବୌଦ୍ଧ ଜିଲ୍ଲାର ଲୋକ ଉଚ୍ଚ କଳା ଓ ସଂସ୍କୃତି ସଂପନ୍ନ ଏବଂ କଠୋର ପରିଶ୍ରମୀ ବୋଲି ଶ୍ରମମନ୍ତ୍ରୀ ଶ୍ରୀ ସିଂ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଜିଲ୍ଲାରେ ବିକାଶ କାମର ଅଗ୍ରଗତି ହୋଇପାରିଛି । ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଥିଲେ ଯେ ଏହି ପ୍ରଚୀନ ଐତିହ୍ୟ ଭରା ଜିଲ୍ଲାର ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ବୌଦ୍ଧର ଏହି ସଂଗ୍ରହାଳୟ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଅନ୍ୟାନ ଅତିଥିମାନଙ୍କ ମଧ୍ୟରେ କନ୍ଧମାଳ ସାଂସଦ ଅଚୁ୍ୟତ୍ ସାମନ୍ତ, ବୌଦ୍ଧ ବିଧାୟକ ପ୍ରଦୀପ ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା ପ୍ରମୁଖ ଅଭିଭାଷଣ ରଖିଥିଲେ । ପରେ କାର୍ଯ୍ୟକ୍ରମ ଓ ସଂଗ୍ରହାଳୟ ସଂପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା । ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇଥିଲେ ଓ ଅତିରିକ୍ତ ଜିଲ୍ଲାପାଳ ଏନ୍ସି ଜ୍ୟୋତିରଂଜନ ନାଏକ ଧନ୍ୟବାଦ ଦେଇଥିଲେ । ଏହି ଭିଡିଓ କନ୍ଫରେନ୍ସିଂ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପିକେ ଜେନା ଏବଂ ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭିକେ ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ପରେ ବୌଦ୍ଧ ଠାରେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ପ୍ରଶାସନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିମାନଙ୍କ ଦ୍ୱାରା ଏହି ସବୁ କାର୍ଯ୍ୟକ୍ରମକୁ ସଫଳ ରୁପାୟନ ଦିଗରେ କୁଶଳତା ପ୍ରଦର୍ଶନ କରିଥିବା ବୌଦ୍ଧ ଜିଲ୍ଲାପାଳ ଶ୍ରୀ ମିଶ୍ର, ଡେପୁଟିକଲେକ୍ଟର ଅବିନାଶ ପାଣ୍ଡିଆ, ଆର୍କିଟେକ୍ଚର ସୁଶ୍ରୀ ସୁମନ ଷଡ଼ଙ୍ଗୀ ସମେତ ଅନ୍ୟାନ କ୍ଷେତ୍ର କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons