ସାନ ଭାଇର ହାତୁଡି ମାଡ଼ରେ ଭାଇ-ଭାଉଜ ଗୁରୁତର

Get real time updates directly on you device, subscribe now.

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ମାଛଗଡ଼ ଗାଁରେ ଘଟିଛି ଅଭାବନୀୟ ଘଟଣା । ସାନ ଭାଇର ହାତୁଡି ମାଡ଼ରେ ବଡ଼ ଭାଇ ଓ ଭାଉଜ ଗୁରୁତର ହୋଇଛନ୍ତି । ଏନେଇ ବଡ଼ଭାଇ ନୀଳେନ୍ଦ୍ର ପାଟଣା ଥାନାରେ ସାନ ଭାଇ ଶରତଙ୍କ ନାମରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ସୋମବାର ସକାଳେ ଉଭୟ ସ୍ୱାମୀ ସ୍ତ୍ରୀ, ନିଜ ବିଲାତି ବାଡ଼ିରେ ପାଣି ଦେଉଥିଲେ । ଏହି ସମୟରେ ସାନ ଭାଇ ଶରତ ଆସି ବାପା ମାଙ୍କୁ ଗାଳିଗୁଲଜ କରିଥିଲା । ଏହାକୁ ନୀଳେନ୍ଦ୍ର ଙ୍କ ପତ୍ନୀ ରତ୍ନମଞ୍ଜରୀ ବିରୋଧ କରିବାରୁ ତାଙ୍କୁ ହାତୁଡିରେ ଆକ୍ରମଣ କରିଥିଲା ।ବଡ଼ଭାଇ ନିଳେନ୍ଦ୍ର ଛଡ଼ାଇବାକୁ ଚେଷ୍ଟା କରିବା ସମୟରେ ମଧ୍ୟ ହାତୁଡି ଆକ୍ରମଣର ଶିକାର ହୋଇଥିଲେ । ଫଳରେ ନୀଳେନ୍ଦ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।
ହାତୁଡି ମାଡ଼ରେ ରତ୍ନ ମଞ୍ଜରୀଙ୍କ ବାମ ହାତ ଭାଙ୍ଗିଥିବା ଜଣା ପଡ଼ିଛି। ଉଭୟ ଗୁରୁତର ଅବସ୍ଥାରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ପରେ ପାଟଣା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons