ନୂଆପଡ଼ା,(ବି.ବି.ନୁ୍ୟଜ): ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ନୂଆପଡ଼ା ଜିଲ୍ଲା ଶ୍ରମ ଅଧିକାରୀ(ଡିଏଲଓ) ଶରତ ପାଣିଗ୍ରାହୀ । ୨ ଶହ ଜଣ ଶ୍ରମିକଙ୍କ ପଞ୍ଜିକରଣ ବାବଦକୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା ।
ସୂଚନାମତେ, ବୋଡେନ ଥାନା ପଲସଦା ଗାଁର ଶ୍ରୀନିବାସ ବେହେରା ନିଖିଳ ଓଡିଶା ଗ୍ରାମୀଣ ଚାଷୀ ମୁଲିଆ ସଂଗଠନ ଜରିଆରେ ଶ୍ରମିକଙ୍କ ପଞ୍ଜିକରଣ କରିଥାନ୍ତି । ବୋଡେନ ଅଞ୍ଚଳର ଶ୍ରମିକମାନଙ୍କ ପଂଜିକରଣ କରିବାକୁ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପାଣିଗ୍ରାହୀଙ୍କୁ କହିଥିଲେ । ସରକାରୀ ଭାବେ ଶ୍ରମିକଙ୍କ ଜଣ ପିଛା ପଞ୍ଜିକରଣ ଫିଜ୍ ୭୦ ଟଙ୍କା ରହିଥିବା ବେଳେ ପ୍ରତ୍ୟେକ ଶ୍ରମିକ ପିଛା ୨୦୦ ଟଙ୍କା ଦାବି କରିଥିଲେ । ଏମିତି ୨ ଶହ ଜଣ ଶ୍ରମିକଙ୍କ ପଞ୍ଜିକରଣ ପାଇଁ ୧୪ ହଜାର ଟଙ୍କା ହେଉଥିବା ବେଳେ ଡିଏଲଓ ଶ୍ରୀ ପାଣିଗ୍ରାହୀ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାପରେ ସଂଗଠନ ସଦସ୍ୟ ଶ୍ରୀ ବେହେରା ନୂଆପଡ଼ା ଜିଲ୍ଲା ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ । କୋରାପୁଟ ଭିଜିଲାନ୍ସ ଡିଭିଜନ ଜୟପୁରରେ ଏକ ମାମଲା ରୁଜୁ କରି ଶ୍ରମ ଅଧିକାରୀଙ୍କୁ ଧରିବାକୁ କାବୁ କରିଥିଲେ । କଳାହାଣ୍ଡି ଓ ନୂଆପଡ଼ା ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଭିଜିଲାନ୍ସ ଟିମ ଆଜି ଅପରାହ୍ନରେ ସଂଗଠନର ସଦସ୍ୟ ଶ୍ରୀ ବେହେରାଙ୍କୁ ରାସାୟନିକ ତରଳର ଲେପ ଲାଗିଥିବା ୪୦ ହଜାର ଟଙ୍କା ଦେଇ ଡିଏଲଓଙ୍କ ପାଖକୁ ପଠାଇ ଭିଜିଲାନ୍ସ ଅଧିକାରୀମାନେ ଲୁଚି ରହିଥିଲେ । ଖରିଆରରୋଡ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଠାରେ ସଂଗଠର ସଦସ୍ୟ ଶ୍ରୀ ବେହେରା ଡିଏଲଓ ଶ୍ରୀ ପାଣିଗ୍ରାହୀଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ଦେବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ଉ କରି ଧରିଥିଲେ । ଖରିଆରରୋଡ ଅଫିସରେ ଡିଏଲଓ ଶ୍ରୀ ପାଣିଗ୍ରାହୀଙ୍କୁ ଗିରଫ କରି ନୂଆପଡ଼ା ସ୍ଥିତ ଭିଜିଲାନ୍ସ ଅଫିସକୁ ଆଣିଥିଲେ । ସନ୍ଧ୍ୟାରେ ଅଧିକ ପଚରା ଉଚୁରା କରି ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ହାଜର କରିବା ପାଇଁ ନେଇ ଯାଇଥିଲେ । ଆସନ୍ତାକାଲି ଭିଜିଲାନ୍ସ କୋର୍ଟରେ ହାଜର କରି କୋର୍ଟ ଚାଲାଣ କରାଯିବ ।
ଏହି ଚଢ଼ଉରେ ଭିଜିଲାନ୍ସ ଷ୍ଟେନୋ ସନ୍ତୋଷ ମହାନ୍ତି, କନେଷ୍ଟବଲ ଅଜୟ ସିଂ, ରାଜେଶ ନାଏକ, ଗୁଣନିଧି ସାହୁ ପ୍ରମୁଖ ସାମିଲ ଥିଲେ । ପ୍ରକାଶ ଯେ, ଡିଏଲଓ ଶ୍ରୀ ପାଣିଗ୍ରାହୀଙ୍କ ଘର ବାଲେଶ୍ୱର ଜିଲ୍ଲା ଖଣ୍ଡପଡା ଥାନା ବିଷ୍ଣୁପୁର ଗାଁ । ସେ ୧୯୯୦ ସେପ୍ଟେମ୍ବର ୨୦ରେ ଚାକିରିରେ ଯୋଗ ଦେଇଥିବା ବେଳେ ୨୦୧୭ ଡିସେମ୍ବର ୧୨ ରେ ନୂଆପଡ଼ା ଡିଏଲଓ ଭାବେ ଯୋଗ ଦେଇଥିଲେ । ତେବେ ନୂଆପଡ଼ା ଜିଲ୍ଲାରେ ଲାଞ୍ଚ ନେଇ ଧରା ପଡିବା ନୂଅାଁ କଥା ନୁହେଁ । ଗତ ୨୦୧୫ରେ ତ+ାଳୀନ ନୂଆପଡ଼ା ଡିଏଲ୍ଓ ପଞ୍ଚାନନ ମଲ୍ଲିକ ଭିଜିଲାନ୍ସ ହାତରେ ଧରା ପଡିଥିଲେ ।
Comments are closed, but trackbacks and pingbacks are open.