ମୟୁରଭଞ୍ଜ,(ବି.ବି.ନୁ୍ୟଜ): ଜଣେ ବିବାହିତା ଆଦିବାସୀ ମହିଳା ଗଣ ବଳାକ୍ରାରର ହୋଇଥିବା ନେଇ ବାରିପଦା ଟାଉନଥାନାରେ ଅଭିଯୋଗ ପରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମୟୂରଭଞ୍ଜ ଜିଲ୍ଲା କାଳିକାପୁରର ସ୍ୱର୍ଗତଃ ଗୁହ୍ୟା ସିଂର ପୁଅ ରାଜୁ ସିଂ(୩୦), ତଖତପୁର ୱାର୍ଡ ନଂ ୨୭ର ଚଗଲା ନାଏକର ପୁଅ କାହ୍ନା ନାଏକ (୨୪), ତଖତପୁରର ଦାସ ହାଁସଦାଃର ପୁଅ ମୁନ୍ନା ହାଁସଦାଃ(୧୯) ଏବଂ ଜଣେ ନାବାଳକ ଯାହାର ବୟସ ୧୭ବର୍ଷ ।
ସୂଚନା ମୁତାବକ ବାରିପଦା ସଦର ଥାନା ଅଞ୍ଚଳର ରାଜାବସା ନିକଟବର୍ତ୍ତୀ ବାଉରା ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଗତ ୫ତାରିଖ ସଂଧ୍ୟା ସମୟରେ ଏକ ଧଳା ରଙ୍ଗର ଟାଟାଏସିଇ ଗାଡିରେ ୪ଅଭିଯୁକ୍ତ ନେଇ ଯାଇ ତଖତପୁର ଆରଏମସି ମାର୍କେଟ ପଡିଆରେ ଜଣକ ପରେ ଜଣେ ବଳାକ୍ରାର କରିଥିଲେ । ଏ ନେଇ ଟାଉନ୍ ଥାନାରେ ଗୁରୁବାର ପୀଡିତା ମହିଳାଙ୍କ ରିପୋର୍ଟ ପରେ ପୁଲିସ ସଙ୍ଗେ ସଙ୍ଗେ ୨୮/୨୧ରେ ଏକ ମାମଲା ରୁଜ୍ଜୁ କରି ୩୭୬(ଡି) ଆଇପିସିରେ ୪ ଅଭିଯୁକ୍ତଙ୍କୁ ଠାବ କରି ଗିରଫ କରିଥିଲା । ଏଥି ସହ ବଳାକ୍ରାରରେ ବ୍ୟବହୃତ (ଓଆର୧୧ଏଚ୍ ୬୨୦୬) ନମ୍ବର ବିଶିଷ୍ଟ ଟାଟା ଏସିଇ ଗାଡିଟିକୁ ପୁଲିସ ଜବତ କରିଛି । ପୀଡିତା ମହିଳାଙ୍କ ୧୬୧ରେ ବୟାନ ରେକର୍ଡ କରାଯାଇଥିବା ବେଳେ ତାର ଭିଡିଓଗ୍ରାଫି ମଧ୍ୟ ପୁଲିସ୍ କରିଛି । ପିଆରଏମ୍ ମେଡିକାଲ କଲେଜ ହସପିଟାଲରେ ପୀଡିତାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି । ଆସନ୍ତାକାଲି ୪ଜଣଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଟାଉନଥାନା ଆଇଆଇସି ବିରେନ୍ଦ୍ର ସେନାପତି କହିଛନ୍ତି ।
Comments are closed, but trackbacks and pingbacks are open.