କଟକ,(ବି.ବି.ନୁ୍ୟଜ): ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ଆଜି ପ୍ରଦେଶ କଂଗ୍ରେସ କମିଟିର ନେତୃବୃନ୍ଦ ମୃତକଙ୍କ ପରିବାରକୁ ଭେଟିଛନ୍ତି । ପିସିସି ସଭାପତି ନିରଞ୍ଜନ ପ;ନାୟକ, ଜଟଣୀ ବିଧାୟକ ସୁର ରାଉତରାୟ, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ, ମାହାଙ୍ଗାର ଦଳୀୟ ନେତା ଦେବେନ୍ଦ୍ର ସାହୁ ପ୍ରମୁଖ ମୃତକଙ୍କ ସମ୍ପର୍କୀୟଙ୍କୁ ସମବେଦନା ଜଣାଇବା ସହ ନ୍ୟାୟ ଦାବି କରିଛନ୍ତି । ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନ ପ;ନାୟକ କହିଛନ୍ତି, ୨ ତାରିଖରେ ମାହାଙ୍ଗାରେ ଯେଉଁ ଡବଲ୍ ମର୍ଡର ଘଟିଛି ତାହା ସମ୍ପୂର୍ଣ୍ଣ ରାଜନୈତିକ ହତ୍ୟାକାଣ୍ଡ । ରାଜ୍ୟ ସରକାର ଜାଣିଶୁଣି ଏହାକୁ ଭିନ୍ନ ଦିଗ ଦେଉଛନ୍ତି । କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ଯେଉଁଭଳି ହତ୍ୟା କରାଯାଇଛି ତାହା ରାଜ୍ୟ ରାଜନୀତିକୁ ପ୍ରଭାବିତ କରିଛି । ଅଭିଯୁକ୍ତମାନଙ୍କର ଶାସକ ଦଳ ସହ ସମ୍ପର୍କ ରହିଛି । ହତ୍ୟାକାଣ୍ଡରେ ଯେଉଁମାନଙ୍କର ସମ୍ପୃକ୍ତି ରହିଛି ସେମାନେ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବସୁଛନ୍ତି ବୋଲି କହି ସିଧାସଳଖ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ୍ କରିଛନ୍ତି ନିରଞ୍ଜନ । ସେ ଆହୁରି କହିଛନ୍ତି, ମାହାଙ୍ଗାରେ ନ୍ୟାୟ ପାଇବା ଏବେ ମହଙ୍ଗା ହେଲାଣି । ପୂର୍ବରୁ ବିକାଶ ଜେନା ଏବଂ ଏବେ କୁଳମଣି ଓ ଦିବ୍ୟସିଂହଙ୍କୁ ରାଜନୈତିକ ଅଭିସନ୍ଧି ରଖି ହତ୍ୟା କରାଯାଇଛି । ଏହାକୁ ନେଇ ସାରା ରାଜ୍ୟରେ ଚହଳ ପଡିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଆଦି ଖବର ପ୍ରସାରିତ କରାଯାଇ ଘଟଣାକୁ ଡାଇଭର୍ଟ କରାଯାଉଛି । ତେଣୁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ନିରଞ୍ଜନ କହିଛନ୍ତି ।
Comments are closed, but trackbacks and pingbacks are open.