ପିକନିକ୍ ସ୍ପଟରେ ଅଘଟଣ:୧ ମୃତ ଜଣେ ଗୁରୁତର

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ): ପିକ୍ନିକ୍ ସ୍ପଟରେ ପୁଣି ଘଟିଲା ଅଘଟଣ । ନଦୀରେ ବୁଡି ଯାଇ ଜଣେ ଯୁବକ ମୃତୁ୍ୟବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧିନ ରହିଛନ୍ତି । ମୃତକ ଜଣଙ୍କ ଟିମ୍ବର କଲୋନୀର ଭିକି ଶର୍ମା(୧୭) ହୋଇଥିବା ବେଳେ ଗୁରୁତର ଜଣଙ୍କ ହେଲେ ଦୀପକ ଖରୱାର(୨୨) ।
ଟିମ୍ବର କଲୋନୀ ନିବାସୀ ଦୀପକ ଖରୱାର, ଭିକି ଶର୍ମା, ସୋହିତ ମଣ୍ଡଳ, ଦୀପକ ଶର୍ମା, ରଞ୍ଜିତ ରାମ, ଜ୍ୟୋତି ଶର୍ମା, ଦୀପ୍ତି ଶର୍ମା, କାଞ୍ଚନ ରାମ, ଲଳିତା ଦେବୀ ଓ ଉଷା ଦେବୀ ଆଜି ପିକ୍ନିକ୍ ପାଇଁ ବିଶ୍ରା ଥାନା ଅନ୍ତର୍ଗତ ତେତେରକେଲା ସ୍ଥିତ କୋଏଲ ନଦୀ ଘାଟକୁ ଯାଇଥିଲେ । ସମସ୍ତେ ଖାଇ ସାରିବା ପରେ ବାଲିରେ ଖେଳୁଥିବା ବେଳେ ଭିକି ଫଟୋ ଉଠାଇବାକୁ ପାଣି ଭିତରକୁ ପଳାଇଥିଲେ । ହଠାତ୍ ଭିକି ବୁଡି ଯାଉଥିବା ଦେଖି ଦୀପକ ଖରୱାର ତାଙ୍କୁ ବଞ୍ଚାଇବା ପାଇଁ ପାଣି ଭିତରକୁ ପଳାଇଥିଲେ । ତେବେ ଭିକି ପାଣିରେ ବୁଡି ଯାଇଥିବା ବେଳେ ଦୀପକଙ୍କୁ ସେଠାରେ ଉପସ୍ଥିତ ଗ୍ରାମବାସୀ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଦୀପକଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲ ପଠାଯାଇଥିଲା । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରି ଭିକିଙ୍କୁ ଉଦ୍ଧାର କରି ବିଶ୍ରା ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons