ବରଗଛରେ ବାଡେଇ ହେଲା: ବୋଲେରୋ,ଚାଳକ ମୃତ ୬ ଆହତ

Get real time updates directly on you device, subscribe now.

ସୁନ୍ଦରଗଡ,(ବି.ବି.ନୁ୍ୟଜ): ତଲସରା ଥାନା ଅନ୍ତର୍ଗତ ସବଡେଗା ଅଗ୍ନିଶ୍ରମ କାର୍ଯ୍ୟଳୟ ସମ୍ମୁଖରେ ଏକ ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ ବରଗଛରେ ବାଡେଇ ହେବାରୁ ଘଟଣା ସ୍ଥଳରେ ଚାଳକ ମୃତୁ୍ୟ ବରଣ କରିଥିବା ବେଳେ ବୋଲେରୋରେ ବସିଥିବା ୬ ଜଣ ଗୁରୁତର ଆହତ ହୋଇ ସୁନ୍ଦରଗଡ଼ ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁସାରେ, ଝାରସୁଗୁଡାରୁ ତିନୋଟି ଗାଡ଼ିରେ ଗୋଟିଏ ପରିବାରର ୧୭ଜଣ ବାଲିଶଙ୍କରା ବ୍ଲକ ଅନ୍ତର୍ଗତ କନାକୁଣ୍ଡା ବା ସାତବଖରାଘରକୁ ଭୋଜି କରିବା ପାଇ ବାହାରିଥିଲେ । ସକାଳ ୧୦ଟା ୩୦ମିନିଟ୍ରେ ସବଡେ଼ଗା ପହଞ୍ଚୁଥିବା ସମୟରେ ଆଗରେ ଥିବା ଓଆର ୧୪-ଜେ-୬୪୪୦ ନମ୍ବର ବୋଲେରୋ ଭାରସାମ୍ୟ ହରାଇ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା କଡରେ ରହିଥିବା ବରଗଛରେ ବାଡେଇ ହୋଇଥିଲା । ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଏହା ଦେଖି ଘଟଣା ସ୍ଥଳକୁ ଆସି ଆହତ ମାନଙ୍କୁ ଉଦ୍ଧାର କରି ସବଡେଗା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସିତ ପାଇଁ ନେଇଥିଲେ । ସବଡେଗା ଚିକିତ୍ସାଳୟରେ ବୋଲେରୋ ଚାଳକ ବିଟୁ ମହାରାଜକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗୁରୁତର ଆହତ ହୋଇଥିବା ପ୍ରଦୀପ ମୋରେ(୪୦),କୁନାଲ ମୋରେ (୧୪)କୌଳାସ ମୋରେ (୫୦)ରୋଶ୍ନି ମୋରେ (୨୦) ଖୁସି ଅଗ୍ରୱାଲ (୨୦) ଓ ଦିଶା ଅଗ୍ରୱାଲ(୧୮)ଙ୍କୁ ପ୍ରାଥମିକ ଚିକିତ୍ସା କରି ସୁନ୍ଦରଗଡ଼ ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରିଥିଲେ । ତଲସରା ଥାନା ଅଧିକାରୀ ଏ ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ବୋଲେରୋ ଚାଳକ ବିଟୁ ମାହାରାଜଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ପଠାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons