ପାରଳାଖେମୁଣ୍ଡି,(ବି.ବି.ନୁ୍ୟଜ): ଗଜପତି ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରେ ହୋଇଥିବା ୮କୋଟରୁ ଊଦ୍ଧ୍ୱର୍ ଟଙ୍କାର ବେଆଇନ୍ ଗଞ୍ଜେଇ ଚାଷକୁ ପୋଡ଼ି ନଷ୍ଟ କରାଯାଇଛି । ଜିଲ୍ଲାପାଳ ଅନୁପମ ସାହ, ଏସ୍ପି ତପନ କୁମାର ପଟ୍ଟନାୟକଙ୍କ ନିଦେ୍ର୍ଧଶ କ୍ରମେ ଜିଲ୍ଲା ପୁଲିସ, ଅବକାରୀ, ବନ ଓ ରାଜସ୍ୱ ବିଭାଗ ମିଳିତ ଭାବେ ରା.ଉଦୟଗିରି ବ୍ଲକ୍ର କାକଟବନ୍ଧା ଗ୍ରାମ ନିକଟ ଜଙ୍ଗଲରେ ଚଢଉ କରିଥିଲେ । ଏହି ସମୟରେ ୪୪ ଏକର ଜମିରେ ହୋଇଥିବା ବେଆଇନ୍ ଗଞ୍ଜେଇ ଚାଷକୁ କାଟି ପୋଡ଼ି ନଷ୍ଟ କରାଯାଇଛି । ରା.ଉଦୟଗିରି ଥାନାଧିକାରୀ ମମତା ନାୟକଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଥିବା ବେଳେ ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୮ କୋଟି ୮୦ ଲକ୍ଷ ଟଙ୍କା ହେବ ।
Comments are closed, but trackbacks and pingbacks are open.