ପୁଅ-ବୋହୂଙ୍କ ନିର୍ଯାତନା ସହି ନ ପାରି ବୃଦ୍ଧଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ଜଳେଶ୍ୱର,(ବି.ବି.ନୁ୍ୟଜ): ଏବେ ସଙ୍କଟରେ ବୃଦ୍ଧ ବାପା-ମା’ । କିଛି ଦିନ ପୂର୍ବରୁ ଭୋଗରାଇରେ ପୁଅ-ବୋହୂଙ୍କ ନିର୍ଯାତନା ସହି ନପାରି ବୃଦ୍ଧ ବାପା-ମା’ ବିଷ ପିଇ ଜୀବନ ହାରିଥିଲେ । ସେହିପରି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଧୀନ ପଥରପୁରା ଗ୍ରାମର ୭୫ବର୍ଷ ବୃଦ୍ଧ ଉପେନ୍ଦ୍ର ନାଥ ଦାସ ତିନି ପୁଅ ଓ ବୋହୂମାନେ ନିର୍ଯାତନା ଦେବାରୁ ଫାଶୀ ହୋଇ ଆତ୍ମହତ୍ୟା କରିଥିବା ଉପେନ୍ଦ୍ରଙ୍କର ସ୍ତ୍ରୀ ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ଉପେନ୍ଦ୍ର ନାଥ ଦାସ ଦୁଇଥର ବିବାହ ହୋଇଥିଲେ । ପ୍ରଥମ ସ୍ତ୍ରୀଙ୍କ ୨ପୁଅ ଏବଂ ଦ୍ୱିିତୀୟ ସ୍ତ୍ରୀଙ୍କ ଗୋଟିଏ ପୁଅ । ପ୍ରଥମ ସ୍ତ୍ରୀଙ୍କ ପୁଅମାନେ ବିବାହ ହୋଇ ନିଜ ନିଜର ଶ୍ୱଶୁର ଘରେ ରହୁଛନ୍ତି । ସେହିପରି ଦ୍ୱିତୀୟ ସ୍ତ୍ରୀଙ୍କ ପୁଅ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ କମ୍ପାନିରେ କାମ କରେ । ଉପେନ୍ଦ୍ର ଦ୍ୱିତୀୟ ସ୍ତ୍ରୀ ପାଖରେ ରୁହନ୍ତି । ତେବେ ସେମାନଙ୍କର ଚଳିବା ପାଇଁ କେହି ପୁଅ ସାହାଯ୍ୟ କରୁନଥିଲେ । ଏପରିକି କିଛି ଟଙ୍କା ଖର୍ଚ୍ଚ ବାବଦକୁ ଦେଉନଥିଲେ । ତେଣୁ ବୃଦ୍ଧ ଜଣକ ନିଜ ବାର୍ଦ୍ଧକ୍ୟ ଭତ୍ତାର ସଂସାର ଚଳାଇଥା’ନ୍ତି । ତେବେ ଏହି କଥାରେ ବୃଦ୍ଧ ଜଣକ ଭାରସାମ୍ୟ ହରାଇ ଗତ ମଙ୍ଗଳବାର ରାତିରେ ବେକରେ ରଶି ଦେଇ ଆତ୍ମହତ୍ୟା କରିଥିଲେ । ଏ ନେଇ ଥାନାରେ ଅଭିଯୋଗ ହୋଇଛି । ତେବେ ପୁଅ-ବୋହୂମାନଙ୍କର ଏପରି ବ୍ୟବହାରକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons