ବାଙ୍ଗିରିପୋଷି,(ବି.ବି.ନୁ୍ୟଜ): ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅ’ର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଥତ୍ବା ଦ୍ୱାରଶୁଣି ଘାଟିରେ ୨ଟି ପୃଥକ ସଡକ ଦୁର୍ଘଟଣାରେ ୨ଜଣକର ମୃତୁୟ ହୋଇଥତ୍ବା ବଳେ ଜଣେ ଗୁରୁତର ଆହାତ ହୋଇଛ’ି । ମିଳିଥତ୍ବା ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଜେଏଚ୦୫ବିଡି୮୭୦୫ ନମ୍ବର ବିଶିଷ୍ଟ ଏକ ଲୁହା କଂଟା ବୋଝେଇ ଟ୍ରକ ଘାଟି ତଳକୁ ଓହ୍ଲାଉ ଥତ୍ବା ବଳେ ବିପରୀତ ପଟୁ ଘାଟି ଚଢୁଥତ୍ବା ଏନଏଲ୦୧ଏଇ ୩୫୬୬ ନମ୍ବର ବିଶିଷ୍ଟ ଏକ ପାଇପ ବୋଝେଇ ଟ୍ରକୁ ମୁହାଁମୁହିଁ ଖୁବ ଜୋରରେ ଧକ୍କା ଦେଇଥତ୍ଲା । ଦୁର୍ଘଟଣା ଏତେ ଜୋରରେ ହୋଇଥତ୍ଲା କି ଧକ୍କା ଦେଇଥତ୍ବା ଲୁହା ବୋଝେଇ ଟ୍ରକର ଚାଳକ ଚାପି ହୋଇ ଘଟଣା ସ୍ଥଳରେ ହିଁ ମୃତୁୟ ବରଣ କରିଥତ୍ଲା । ଖବର ପାଇ ବାଙ୍ଗିରିପୋଷି ପୁଲିସ ଘଟଣା ସ୍ଥଳରେ ପହଂଚି ଟ୍ରକର ଖଲାସୀକୁ ଉଦ୍ଧାର କରି ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୃୁର୍ମୁ ମେଡିକାଲକୁ ପଠାଇଛି । ଏହା ସହ ଶୁକ୍ରବାର ସକାଳୁ କ୍ରେନ ସାହାର୍ଯୟରେ ଦୁର୍ଘଟଣାଗ୍ରସ୍ତ ଟ୍ରକ ଗୁଡିକୁ ରାସ୍ତା ଉପରୁ ହଟାଇବା ସହ ମୃତ ଚାଳକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ବାରିପଦା ମେଡିକାଲକୁ ପଠାଯାଇଛି । ସେହିପରି ଅନ୍ୟଏକ ଘଟଣାରେ ଏକ ୩୨ ଚକିଆ ମାଲବାହୀ ଟ୍ରକ ଘାଟି ରାସ୍ତାରେ ଓହ୍ଲାଉଥତ୍ବା ବଳେ ଅନ୍ୟ ଗାଡି ପାସ ପାଇଁ ରାସ୍ତା କୋଡରେ ଛିଡା ହୋଇ ନିରୀକ୍ଷଣ କରୁଥତ୍ବା ସେହି ଟ୍ରକର ଜଣେ ଖଲାସୀ ହଠାତ ଅନ୍ୟମନସ୍କ ଭାବେ ଉକ୍ତ ଟ୍ରକ ଚକ ତଳେ ଆସିଯିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣ ବାୟୁ ଉଡିଯାଇଥତ୍ଲା । ତବେ ରାତି ଅନ୍ଧକାରରେ ଘାଟି ମଧ୍ୟରେ ସାହାଯ୍ୟ ନପାଇ ମୃତ ଦେହକୁ ଟ୍ରକର ଚାଳକ ଏବଂ ଅନ୍ୟ କର୍ମଚାରୀ ମାନେ ମିଶି ତଳକୁ ନେଇ ଆସିଥତ୍ଲେ । ଘଟଣା ବିଷୟରେ ଜାଣି ବାଙ୍ଗିରିପୋଷି ପୁଲିସ ଉକ୍ତ ଟ୍ରକକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଛି ।
Comments are closed, but trackbacks and pingbacks are open.