ସମୁଦ୍ରରେ ବୋଟ୍ରୁ ଖସି ମତ୍ସ୍ୟଜୀବୀଙ୍କ ମୃତୁ୍ୟ

Get real time updates directly on you device, subscribe now.

ବାହାନଗା,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖରାସାହାପୁର ମାଝିସାହିର ଜଣେ ମତ୍ସ୍ୟଜୀବୀ ଗତ ମଙ୍ଗଳବାର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲା ବେଳେ ବୋଟ୍ରୁ ଖସିପଡ଼ି ମୃତୁ୍ୟ ହୋଇଛି । ମାଝିସାହିର ୮ଜଣ ମତ୍ସ୍ୟଜୀବୀ ଗତ ମଙ୍ଗଳବାର ସନ୍ଧ୍ୟାରେ ବୋଟ୍ ନେଇ ସମୁଦ୍ରକୁ ଯାଇଥିଲେ । ଜାଲ ପକାଇବା ବେଳେ ସେମାନଙ୍କ ମଧ୍ୟରୁ ରଙ୍ଗଲାଲ ମାଝୀ ବୋଟ୍ରୁ ଖସି ପଡ଼ିଥିଲେ । ଅନ୍ୟମାନେ ତାଙ୍କୁ ଖୋଜି ପାଇନଥିଲେ । ତାଙ୍କ ଘରକୁ ଖବର ଦେବା ସହିତ ମାଛ ନଧରି ମତ୍ସ୍ୟଜୀବୀମାନେ ଘରକୁ ଫେରି ଆସିଥିଲେ । ବୁଧବାର ଅନ୍ୟ ଏକ ବୋଟ୍ ମାଛ ଧରୁଥିଲାବେଳେ ମତ୍ସ୍ୟଜୀବୀମାନେ ରଙ୍ଗଲାଲଙ୍କ ମୃତଦେହ ବାରହଜାରି ନିକଟରେ ଭାସୁଥିବା ଦେଖିଥିଲେ । ରଙ୍ଗଲାଲଙ୍କ ପରିବାର ଲୋକ ଓ ଗ୍ରାମବାସୀ ଏକ ବୋଟ୍ରେ ସମୁଦ୍ରକୁ ଯାଇଥିଲେ । ଭାସୁଥିବା ମୃତଦେହକୁ ଉଦ୍ଧାର କରି କୂଳକୁ ଆଣିବା ସହ ସୋର ପୁଲିସକୁ ଖବର ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons