କେନ୍ଦୁଝରରେ ମୁଖ୍ୟ ଶାସନ ସଚିବ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ): କେନ୍ଦୁଝର ମାଟିର ସୁଯୋଗ୍ୟ ସନ୍ତାନ ତଥା ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଶନିବାର ସନ୍ଧ୍ୟାରେ କେନ୍ଦୁଝରରେ ପହଞ୍ଚିଛନ୍ତି । ମୁଖ୍ୟ ଶାସନ ସଚିବ ହେବା ପରେ ସେ ପ୍ରଥମଥର ପାଇଁ ଜିଲ୍ଲାକୁ ଗସ୍ତ କରିଛନ୍ତି । ପ୍ରଥମେ ହରିଚନ୍ଦନପୁର ବ୍ଲକ୍ର ଭଗାମୁଣ୍ଡା ସିଲ୍କ ପାର୍କ ପରିଦର୍ଶନ କରି ଘଟଗାଁ ତାରିଣୀ ମନ୍ଦିରକୁ ଯାଇଥିଲେ । ପତ୍ନୀଙ୍କ ସହ ମୁଖ୍ୟ ସଚିବ ମା’ଙ୍କ ଆଶିଷ ଭିକ୍ଷା କରିବା ପରେ ମନ୍ଦିର କାର୍ଯ୍ୟାଳୟ ବୁଲି ଦେଖିଥିଲେ । ପରେ କେନ୍ଦୁଝରରେ ପହଞ୍ଚôଛନ୍ତି । ଦୁଇ ଦିନିଆ କାର୍ଯ୍ୟକ୍ରମରେ ସେ ରବିବାର ପୂର୍ବାହ୍ନରେ ମେଡ଼ିକାଲ କଲେଜ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବେ । ଜିଲ୍ଲା ଖଣିଜ ପଦାର୍ଥ ପ୍ରତିÂାନର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସହିତ କାନ୍ପୁର ବୃହତ ଜଳଭଣ୍ଡାର କାର୍ଯ୍ୟକ୍ରମର ସମୀକ୍ଷା କରିବେ ।
ଅନ୍ୟପକ୍ଷରେ ମୁଖ୍ୟଶାସନ ସଚିବ ହେବାର ମାସକ ମଧ୍ୟରେ ଡିଏନ୍ ହାଇସ୍କୁଲକୁ ସେ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ ଅଭିଯାନ’ରେ ମୁଖ୍ୟ ଶାସନ ସଚିବ ଏହି ବିଦ୍ୟାଳୟରେ ପଢ଼ିଥିବାରୁ ଏହାକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଏହି ବିଦ୍ୟାଳୟର ଶିକ୍ଷାଦାନ ଓ ଭିତ୍ତିଭୂମି ସମ୍ପର୍କରେ ସେ ସମୀକ୍ଷା କରିବେ । ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ମହାପାତ୍ରଙ୍କ ଏହା ପ୍ରଥମ ଗସ୍ତ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତପôରତା ପ୍ରକାଶ ପାଇଛି । ଏହାଛଡା ମୁଖ୍ୟ ଶାସନ ସଚିବ ଏହି ଜିଲ୍ଲାର ହୋଇଥିବାରୁ ଜିଲ୍ଲାର ବିକାଶ ପାଇଁ ଅଧିକ ଗୁରୁତ୍ୱ ଦେଉଥିବା ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons