ଭଦ୍ରକ,(ବି.ବି.ନୁ୍ୟଜ): ଜାନୁଆରୀ ୨୦ରେ ଧାନ ବିକିବାକୁ ଟୋକନ ମିଳିଥିଲା । ଉକ୍ତ ଦିନ ଧାନ ବିକିବା ପାଇଁ ମୋବାଇଲକୁ ମେସେଜ ଆସିଥିଲା । ସେବେଠୁ ଧାନ ଆଣି ହନ୍ତସନ୍ତ ହେଉଥିଲେ ଜଣେ ଚାଷୀ । ଟୋକନ ଅବଧି ମାସେ ଥିଲା । ଅର୍ଥାତ ଫେବ୍ରୁଆରୀ ୨୦ ଯାଏଁ ଥିଲା । ତାହା ପୂରି ଗଲା । ଧାନ ବିକିବାକୁ ଚାଷୀ ଆଉ ସୁଯୋଗ ପାଇଲେ ନାହିଁ । ଏବେ ଆଉ ଟୋକନ ଅନଲାଇନରେ ସୋ କରୁନି । ଏଭଳି ଯନ୍ତ୍ରଣାରେ ଜର୍ଜରିତ ହୋଇ ଜଣେ ଚାଷୀ ଆଜି ମଣ୍ଡି ସମ୍ମୁଖରେ ବିଷ ପିଇଛନ୍ତି । ଭଦ୍ରକ ବ୍ଲକ ବନ୍ଧଗାଁ ପଞ୍ଚାୟତ ପାର୍ଯ୍ୟାଳୟରେ ମହିଳା ସ୍ୱଂୟ ସହାୟିକା ଗୋÂୀ ପକ୍ଷରୁ ଖୋଲା ଯାଇଥିବା ମଣ୍ଡିରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସଂପୃକ୍ତ ଚାଷୀ ହେଉଛନ୍ତି ରାଧାକାନ୍ତ ପଣ୍ଡାଙ୍କ ରାମକୃଷ୍ଣ । ଏବେ ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସ୍ଥିର ଥିଲେ ମଧ୍ୟ ସ୍ଥିତି ଉଦ୍ବେଗଜନକ ରହିଛି । ଏପରି ଘଟଣା ଆଜି ଭଦ୍ରକ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।


Comments are closed, but trackbacks and pingbacks are open.