ଫଟା ପଲିଥିନ୍ ତଳେ ୬ ପ୍ରାଣୀ

Get real time updates directly on you device, subscribe now.

ଇନ୍ଦ୍ରାବତୀ,(ବି.ବି.ନୁ୍ୟଜ): ପଲିଥିନ୍ ତଳେ ବିତୁଛି ୬ ପ୍ରାଣୀଙ୍କ ଜୀବନ । ଦୀର୍ଘ ବର୍ଷରୁ ଏମାନେ ଏଭଳି ଦୟନୀୟ ଅବସ୍ଥାରେ ରହି ଆସୁଛନ୍ତି । ପ୍ରଶାସନର ନାକ ତଳେ ଏମାନେ ଅଛନ୍ତି ସତ କିନ୍ତୁ ଅଧିକାରୀମାନଙ୍କ ଦୃଷ୍ଟି ନପଡିବା ପରିତାପର ବିଷୟ ହୋଇଛି । ଏମାନେ ହେଲେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରଙ୍ଗପଦର ପଞ୍ଚାୟତ ଇନ୍ଦ୍ରାବତୀ ମୁଖ୍ୟ ବଜାର କଡରେ ରହୁଥିବା ଦୁର୍ଯ୍ୟ ହରିଜନ(୩୮)ଙ୍କ ପରିବାର । ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ଆବେଦନ କରିଥିଲେ ହେଁ ନିରାଶ ହୋଇଛନ୍ତି ।
ସୂଚନା ଅନୁସାରେ, ଦୁର୍ଯ୍ୟଙ୍କ ପରିବାର କହିଲେ ସ୍ତ୍ରୀ ଦିନ(୩୦), ଦୁଇ ପୁଅ ଓ ଦୁଇ ଝିଅ । ଦୁର୍ଯ୍ୟ ପ୍ରତିଦିନ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି । ପରିବାରକୁ ସରକାରୀ ସହାୟତା କହିଲେ କେବଳ ମାସକୁ ୨୫ କିଲୋ ଚାଉଳ ମିଳୁଛି । ସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ଦୁର୍ଯ୍ୟ ଦୀର୍ଘ ଦିନରୁ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରି ଗୁହାରି କରିଛନ୍ତି । ଦୁଇ ବର୍ଷ ତଳେ ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ଏଥିପାଇଁ ବ୍ଲକ ପ୍ରଶାସନକୁ ନିଦେ୍ର୍ଧଶ ଦେଇଥିଲେ । କାଗଜପତ୍ର ଧରି ଦୁର୍ଯ୍ୟ ମଧ୍ୟ ସ୍ଥାନୀୟ ସରପଞ୍ଚ, ପିଇଓ, ବିଡିଓ, ବ୍ଲକ ଅଧ୍ୟକ୍ଷା ଦେବକୀ ନାୟକଙ୍କୁ ସାକ୍ଷାତ କରି ସମସ୍ୟା ଜଣାଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ କିଛି ବି ସୁଫଳ ମିଳିପାରିନି । ତ+ାଳୀନ ବିଧାୟକ ମନୋହର ରନ୍ଧାରୀଙ୍କୁ ଦୁର୍ଯ୍ୟ ଭେଟି ଦୁଃଖ ଜଣାଇଥିଲେ । ଶ୍ରୀ ରନ୍ଧାରୀ ଦୁର୍ଯ୍ୟଙ୍କ ପାଇଁ ତହସିଲ ପକ୍ଷରୁ ପଲିଥିନ୍ ଖଣ୍ଡେ ଯୋଗାଇ ଦେବାକୁ ବ୍ୟବସ୍ଥା କରିଥିଲେ । ସେବେଠାରୁ ତହସିଲ ପକ୍ଷରୁ ଏହି ପରିବାରକୁ ପଲିଥିନ୍ ମିଳୁଥିଲେ ହେଁ ଆବାସ ଯୋଜନାରେ ଘର ତାଙ୍କ ପାଇଁ ସାତ ସପନ ହୋଇ ରହିଛି ।
ଏ ସମ୍ପର୍କରେ ବିଡିଓ ପଦ୍ମନାଭ ତ୍ରିପାଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ମୁଁ ନୂଆ କରି ଏଠାରେ କାମରେ ଯୋଗ ଦେଇଛି । ଘଟଣାର ତଦନ୍ତ କରାଯିବ ଓ ହିତାଧିକାରୀ ତାଲିକାରେ ଦୁର୍ଯ୍ୟଙ୍କ ନାମ ଥିଲେ ତୁରନ୍ତ ଘର ଯୋଗାଇ ଦିଆଯିବ । ଏ ସମ୍ପର୍କରେ ପିଇଓ ଅମିତ ଭୂଷଣ କହିଛନ୍ତି, ଏହା ମୋ ଜ୍ଞାତସାରରେ ରହିଛି । ଦୁର୍ଯ୍ୟଙ୍କ ପଲିଥିନ୍ ଘର ମୁଁ ନିଜେ ଦେଖିଛି ଓ ଏ ବିଷୟରେ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଛି । ଏପରିସ୍ଥଳେ, ଦୟନୀୟ ଅବସ୍ଥାରେ ରହୁଥିବା ଏହି ପରିବାର ପାଇଁ ଆବାସ ଖଣ୍ଡେ ଯୋଗାଇ ଦେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons