ପୋଲରେ ପିଟି ହୋଇ ଜଳିଗଲା କାର୍

Get real time updates directly on you device, subscribe now.

ଦେବଗଡ: ପୋଲରେ ପିଟି ହେଲା କାର୍, ଚାହୁଁ ଚହୁଁ ଜଳିଗଲା। ନିଆଁ ଏତେ ଭୟଙ୍କର ଥିଲା ଯେ, କାରଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଦେବଗଡ କୁଶପଙ୍ଗା ଗାଁ ନିକଟରେ ଘଟିଛି ଏଭଳି ଦୁର୍ଘଟଣା। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଗତକାଲି ରାଞ୍ଚି- ବିଜୟୱାଡ଼ା ରାଜପଥରେ କାରଟି ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ପୋଲରେ ପିଟି ହୋଇଥିଲା। ଫଳରେ କାରରେ ନିଆଁ ଲାଗି ଯାଇଥିଲା। କାରରେ ଥିବା ଦୁଇ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ପରେ ଉଭୟଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଦୁଇ ଜଣ ହେଲେ ଋଷଭ ନାୟକ ଓ ସୌମ୍ୟ ରଞ୍ଜନ ଦାସ। ଉଭୟ ଭୂଷଣ କାରଖାନାର କର୍ମଚାରୀ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons