ହୁତୁ ହୁତୁ ହୋଇ ଜଳିଲା ଗ୍ରୀଡ୍

Get real time updates directly on you device, subscribe now.

ଢେଙ୍କାନାଳ : ପୁଣି ଏକ ବଡ ଧରଣର ଅଗ୍ନିକାଣ୍ଡରୁ ବର୍ତ୍ତିଲା ଓପିଟିସିଏଲ । ଢେଙ୍କାନାଳ ଜିଲ୍ଲା କଣ୍ଟା ବଣିଆ ସ୍ଥିତ ଓଡିଶା ପାୱାର ଟ୍ରାନ୍ସ ମିଶନ କର୍ପୋରେସନ ଲିମିଟେଡ଼ରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଏକ କେବୁଲ ଭ୍ରଷ୍ଟ ହୋଇ ସ୍ପାର୍କିଙ୍ଗ ହେବାରୁ ଏକ ଗ୍ରୀଡ଼ରେ ନିଆଁ ଲାଗି ଯାଇଛି। ହୁତୁ ହୁତୁ ହୋଇ ଗ୍ରୀଡ ଜଳିଯାଇଛି। ନିଆଁ ଭୟଙ୍କର ରୂପ ଧାରଣ କରିବା ପୂର୍ବରୁ ସ୍ଥାନୀୟ ଟାଟା ଷ୍ଟିଲ ବିଏସଏଲ କାରଖାନାରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଗୋଟିଏ ଗ୍ରୀଡରୁ ନିଆଁ ଅନ୍ୟଆଡେ ବ୍ୟାପି ପାରି ନାହିଁ। ଫଳରେ ପୁଣି ଏକ ବଡ଼ ଧରଣର ଅଗ୍ନିକାଣ୍ଡରୁ ଓପିଟିସିଏଲ ବର୍ତ୍ତି ଯାଇଛି। ସୂଚନା ଅନୁଯାୟୀ, ଗତ ରବିବାର ଦିନ ଏହି ଓପିଟିସିଏଲରେ ସର୍ଟ ସର୍କିଟରୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ସେତେବେଳେ ନିଆଁକୁ ଆୟତ୍ତ କରିବା ପାଇଁ ସ୍ଥାନୀୟ ଟାଟା ଷ୍ଟିଲ, ଜିଏମ ଆର ଆଦି କାରଖାନା ସମେତ ୧୦ରୁ ଉର୍ଦ୍ଧ୍ଵ ଦମକଳ ବାହିନୀଙ୍କୁ ଦୀର୍ଘ ୬ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଥିଲା । ଏପରିକି ପ୍ରାୟ ପାଞ୍ଚ କୋଟିରୁ ଉର୍ଦ୍ଧ୍ଵ ମୂଲ୍ୟର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons