ଲାଂଥ ନନ୍ଦୀ ନିକଟରେ ବସ୍ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ

Get real time updates directly on you device, subscribe now.

ବଲାଙ୍ଗୀର: ( ଗୁପ୍ତେଶ୍ଵର ପୃଷ୍ଟିଙ୍କ ରିପୋର୍ଟ):):ବଲାଙ୍ଗୀର ଜାତୀୟ ରାଜପଥ ୨୬ ନମ୍ବର ବରଗାଁ ଲାଂଥ ନନ୍ଦୀ ନିକଟରେ ବସ୍ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକ ଏନଏଚ ୨୬ ବରଗାଁ ରାସ୍ତାକୁ ଅବରୋଧ କରିଛନ୍ତି । ଜାତୀୟ ରାଜପଥ ଅବରୋଧ ଫଳରେ ଗମନାଗମନ ଠପ୍ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାବୁଝି କରୁଛି ତରାସିହଁ। ଗାଁର ଶିକ୍ଷକ ଲବ ବେହେରା ପାଟଣାଗଡ଼ ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଥିବାବେଳେ ସ୍କୁଲକୁ ଯାଉଥିଲେ । ହଠାତ୍ ଦ୍ରୁତ ଗତିରେ ଆସୁଥିବା ସରକାରୀ ବସ୍ ବରଗାଁ ବ୍ରିଜ୍ ନିକଟରେ ମୁହାଁମୁହିଁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଖବର ପାଇବାରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଡାକ୍ତରଖାନା ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଖବର ପ୍ରସାରିତ ହେବା ପରେ ଶିକ୍ଷକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons