ରାସ୍ତାକୁ ଖସିଲା ଭ୍ୟାନ, ଚାଳକ ଆହତ

Get real time updates directly on you device, subscribe now.

ଚିତ୍ରକୋଣ୍ଡା,(ବି.ବି.ନୁ୍ୟଜ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଘାଟିର ଟନେଲ କ୍ୟାମ୍ପ ନିକଟ ଡାଇକ୍-୧ ଗେଟ୍ ନିକଟରେ ସୋମବାର ଏକ ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିବା ବେଳେ ଚାଳକ ଆହତ ହୋଇଛନ୍ତି । ସୌଭାଗ୍ୟରୁ ଗାଡିଟି କେନାଲ ଭିତରକୁ ନଖସି ଅଟକି ଯାଇଥିଲା । ଚାଳକ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ମେଡିକାଲ ପଠାଇଥିଲେ । ଗାଡି ଚାଳକ ଅବା ମାଲିକଙ୍କ ପରିଚୟ ମିଳିପାରିନି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons