ଓଲଟିଲା ଯାତ୍ରୀବାହୀ ବସ୍: ୧୦ ଆହତ, ୪ଗୁରୁତର

Get real time updates directly on you device, subscribe now.

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ମହାକାଳପଡ଼ା କୁମ୍ଭାରୁଣୀଠାରେ ଆଜି (ମଙ୍ଗଳବାର) ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିବାରୁ ୧୦ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅଛନ୍ତି । ସୂଚନଯୋଗ୍ୟ, ଆଜି (ମଙ୍ଗଳବାର) ସକାଳୁ ମହାକାଳପଡ଼ା ସୁନିତି ବେଣାକନ୍ଦାରୁ ପ୍ରିନ୍ସ ନାମକ ଘରୋଇ ବସ୍ କଟକ ଅଭିମୁଖେ ଆସୁଥିଲା । ବସ୍ରେ ପ୍ରାୟ ୪୦ରୁ ଉଦ୍ଧ୍ୱର୍ ଯାତ୍ରୀ ଥିଲେ । ସକାଳ ପ୍ରାୟ ସାଢେ଼ ୬.୧୦ଟା ସମୟରେ ବସ୍ରେ ଏକ ବୁଲାଣିରେ ଭାରସାମ୍ୟ ହରାଇ ବିଲ ମଧ୍ୟକୁ ଓଲଟି ପଡିଥିଲା । ଫଳରେ ୧୦ରୁ ଉଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଥିଲେ । ଗୁରୁତର ୪ ଜଣ ଯାତ୍ରୀଙ୍କୁ ଡାକ୍ତରଖାନାକୁ ପଠାଇ ଦିଆଯାଇଥିବା ଜଣାଯାଏ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons