
ଭଦ୍ରକ: ବାଇକ୍ ଚଲାଇବା ବେଳେ ମୋବାଇଲରେ କଥା ହେବା ମହଙ୍ଗା ପଡିଲା । ବାଇକ୍ ଚାଳକଙ୍କୁ ଫାଇନ୍ ଲାଗିଲା ୬ ହଜାର ।ସୂଚନାଯୋଗ୍ୟ ଯେ, ଭଦ୍ରକ ଟାଉନ ପୋଲିସ ଏହି କାର୍ୟ୍ୟାନୁଷ୍ଠାନ ନେଇଛି । ଭଦ୍ରକ ସହରର ବନ୍ତ ଛକ ନିକଟରେ ଟାଉନ ପୋଲିସ ଚେକିଂ କରୁଥିବା ବେଳେ କଳାହାଣ୍ଡିଆ ଗ୍ରାମର ଚନ୍ଦ୍ରକାନ୍ତ ମଲ୍ଲିକ ନାମକ ଯୁବକ ବାଇକ୍ ଚଳାଉଥିବା ବେଳେ ମୋବାଇଲରେ କଥା ହେଉଥିଲେ । ପୋଲିସ ଯୁବକଙ୍କୁ ଅଟକାଇଥିଲା । ତେବେ ନିୟମ ଉଲଂଘନ ପାଇଁ ୧୮୪ ସିରେ ଗାଡି ଚଲାଇବା ବେଳେ ମୋବାଇଲରେ କଥା ହେଉଥିବା ଯୋଗୁଁ ୫ ହଜାର ଓ ୧୯୪ ଡି ରେ ବିନା ହେଲମେଟରେ ଗାଡି ଚାଳନା ପାଇଁ ୧ ହଜାର ଟଙ୍କାର ଫାଇନ କଟାଯାଇଛି । ଏ ନେଇ ଟାଉନ ଥାନା ଅଧିକାରୀ ଚନ୍ଦନ ଘଡେଇ ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.