କୋଲକାତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୪ ଓଡ଼ିଆ ମୃତ

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନ୍ୟୁଜ୍): କୋଲକାତା ହାୱଡ଼ା ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଶଙ୍କରାଇଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ଜଣ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।
ଭଦ୍ରକ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାର ୫ଜଣ ସାଙ୍ଗ ଏକ ଗାଡ଼ି (ଓଡ଼ି ୦୨ଆର-୩୪୫୪)ରେ ଦୀଘା ବୁଲିବାକୁ ଯାଇଥିଲେ । ସେଠାରୁ ସେମାନେ କୋଲକତା ହାଓଡ଼ା ନିକଟସ୍ଥ ଜଣେ ସାଙ୍ଗଙ୍କ ଘରକୁ ଯାଇ ମଙ୍ଗଳବାର ରାତି ପ୍ରାୟ ୪ଟାରେ ଫେରିଥିଲେ । ମାତ୍ର ଶଙ୍କରାଇ ଥାନା ପୁଲିସ ସୂଚନା ଅନୁଯାୟୀ ଭୋର ୫.୩୦ ବେଳେ ଏକ କଣ୍ଟେନର ସେମାନଙ୍କ ଗାଡ଼ିକୁ ୬ ନମ୍ବର ଜାତୀୟ ରାଜପଥରେ ଥିବା ହୋଟେଲ ସୋନାର ବାଙ୍ଗଲା ନିକଟରେ ଧକ୍କା ଦେଇଥିଲା । ୪ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ, ଜଣେ ଗୁରୁତର ଆହତ ହୋଇଥିଲେ । ମୃତକମାନେ ହେଲେ ଭଦ୍ରକ କୁଆଁସ ଗ୍ରାମର ବିଶ୍ୱନାଥ ଦାସଙ୍କ ପୁତ୍ର ଦିଗବିଜୟ ଦାସ, ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳର ମନୋଜ ମହାନ୍ତି, ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଅଞ୍ଚଳର ଦିଲ୍ଲୀପ କୁମାର ନାୟକ, ଖୋର୍ଦ୍ଧା ଜିଲ୍ଲା ଭାଇନଗର ନିକଟବର୍ତ୍ତୀ ସହିଦନଗର ଅଞ୍ଚଳର ପି.ତେଜେଶ୍ୱର ରାଓ । ଗୁରୁତର ଆହତ ଭୁବନେଶ୍ୱର ଅଞ୍ଚଳର କ୍ରିଷ୍ଣା ରାଓ ବର୍ତ୍ତମାନ ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଭଦ୍ରକ ଟାଉନ ଥାନାଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯିବା ପରେ ମୃତ ଦିଗବିଜୟଙ୍କ ସମ୍ପର୍କୀୟ ଭାଇ ରୋ. ଅତିଶ କୁମାର ବେହେରା ସ୍ଥାନୀୟ ଥାନାରେ ପହଞ୍ଚିଛନ୍ତି । ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି । ଅନ୍ୟ ତିନି ଯୁବକଙ୍କ ମୃତ୍ୟୁ ସମେତ ଗୁରୁତର ଯୁବକଙ୍କ ସମ୍ପର୍କରେ ତାଙ୍କ ଥାନାକୁ ସୂଚନା ଦିଆଯାଇଥିବା ଶଙ୍କରାଇପୁର ଥାନା ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons