
କୋଣାର୍କ, (ବି.ବି.ନୁ୍ୟଜ): କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗାରେ ବିଜୁ ଜନତା ଦଳର ନିମାପଡ଼ା-ଗୋପ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି । ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଆନୁଷ୍ଟାନିକ ଭାବେ ଏହାକୁ ଉଦ୍ଘାଟନ କରିଥିଲେ । ତାଙ୍କ ବକ୍ତବ୍ୟରେ ଏହି ଶିବିର ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବ । ଦୃଢ ସଂଗଠନ ବଳରେ ପ୍ରତ୍ୟେକ ନିର୍ବାଚନ ଜିତି ହେବ ବୋଲି କହିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି ।
ଷÂ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ ଏହି ଶିବିରରେ ସଙ୍କଳ୍ପ ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅରୁଣ ସାହୁ, ଜଗତସିଂହପୁର ସାଂସଦ ଡ.ରାଜଶ୍ରୀ ମଲ୍ଲିକ, ରାଜ୍ୟ ବିଜୁ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ପ୍ରଣବ ବଳବନ୍ତରାୟ, ଓଡ଼ିଶା ଆଇଏସ୍ଡି ଅଧ୍ୟକ୍ଷା ଶୁଭଶ୍ରୀ ଦାସ, ରାଜ୍ୟ ବିଜୁ ଯୁବ ଓ ଛାତ୍ର ଜନତା ଦଳ ସଭାପତି ଦେବୀରଞ୍ଜନ ତ୍ରିପାଠୀ, ନିମାପଡ଼ା ନଗର ବିଜେଡି ସଭାପତି ଜୀବନାନନ୍ଦ ମହାପାତ୍ର, ନିମାପଡ଼ା ବ୍ଲକ ବିଜେଡି ସଭାପତି ଅଶୋକ ସାହୁ, ଗୋପ ବ୍ଲକ ବିଜେଡି ସଭାପତି ମଧୁସୂଦନ ପାଇକରାୟ ପ୍ରମୁଖ ଯୋଗଦେଇ ଶିବିରାର୍ଥୀଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର ନିମାପଡା ଓ ଗୋପ ବ୍ଲକର ସମସ୍ତ ପଞ୍ଚାୟତର ସଭାପତି, ପର୍ଯ୍ୟବେକ୍ଷକ, ମହିଳା କମିଟି ସଭାନେତ୍ରୀ, ଯୁବ ସଂଗଠନ ସଭାପତି, ସମ୍ପାଦକ, ବ୍ଲକ, ନଗର ଓ ଜିଲ୍ଲା କମିଟି ସଭ୍ୟ ଓ ସଭ୍ୟା, ଦଳିତ, ସଂଖ୍ୟାଲଘୁ, କୃଷକ ସେଲର ମୁଖ୍ୟଙ୍କୁ ମିଶାଇ ମୋଟ ଏକ ହଜାରରୁ ଅଧିକ ଶିବିରାର୍ଥୀ ସାମିଲ ହୋଇଥିଲେ । ରାଜନୈତିକ ଚିଠା ପ୍ରସ୍ତାବ, ସାଂଗଠନିକ ଚିଠା ପ୍ରସ୍ତାବ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ, ମହିଳାମାନଙ୍କ ଚିଠା ପ୍ରସ୍ତାବ ଆଦି ପାରିତ ହୋଇଥିଲା । ପ୍ରଶିକ୍ଷଣ ଶିବିରକୁ ମନ୍ତ୍ରୀ ଶ୍ରୀ ଦାଶ ଆୟୋଜନ କରି କର୍ମୀମାନଙ୍କୁ ଉତ୍ସାହ ଓ ପ୍ରେରଣା ଦେଇଥିବାରୁ ଶିବିରାର୍ଥୀ ଓ ଅତିଥିମାନେ ପ୍ରଶଂସା କରିଥିଲେ । ଗୁରୁବାର ଉଦ୍ୟାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବକ୍ତବ୍ୟ ରଖିବେ ।
Comments are closed, but trackbacks and pingbacks are open.