ବୁର୍ଲା ମେଡିକାଲ ଭିତରେ ନାବାଳିକାଙ୍କୁ ବଳାକ୍ରାର ଉଦ୍ୟମ!

Get real time updates directly on you device, subscribe now.

ବୁର୍ଲା, (ବି.ବି.ନୁ୍ୟଜ): ପୁଣି ସମ୍ୱଲପୁରରେ ଚାଞ୍ଚଲ୍ୟ । ବୁର୍ଲା ବଡ ଡାକ୍ତରଖାନା ମଧ୍ୟରେ ଜଣେ ନାବାଳିକାଙ୍କୁ ବଳାକ୍ରାର ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ବୁର୍ଲା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି । ଅନ୍ୟପଟେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ପୁଲିସ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ମତେ, ଝାରସୁଗୁଡା ଜିଲ୍ଲାର ଜଣେ ବୃଦ୍ଧାଙ୍କୁ ବୁର୍ଲା ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସାଙ୍ଗରେ ତାଙ୍କ ନାତି ନାତୁଣୀ ମଧ୍ୟ ଡାକ୍ତରଖାନାକୁ ଆସିଛନ୍ତି । ଅନ୍ୟପଟେ ବୁର୍ଲା ସହରର ଜଣେ ମହିଳା ଉକ୍ତ ୱାର୍ଡରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ସାଙ୍ଗରେ ମଧ୍ୟ ତାଙ୍କ ଜଣେ ସମ୍ପର୍କୀୟ ୨୫ ବର୍ଷୀୟ ଯୁବକ ମେଡିକାଲକୁ ଆସିଥିଲା । ତେବେ ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ଝାରସୁଗୁଡାରୁ ଆସିଥିବା ବୃଦ୍ଧା ରୋଗୀଙ୍କ ନାତୁଣୀ (୮) ଉକ୍ତ ବିଭାଗର ଶୌଚାଳୟକୁ ଶୌଚ ପାଇଁ ଯାଇଥିବା ବେଳେ ଉକ୍ତ ଶୌଚାଳୟ ମଧ୍ୟରେ ପୂର୍ବରୁ ଉକ୍ତ ୨୫ ବର୍ଷୀୟ ଯୁବକ ଶୌଚ ହେଉଥିଲା । ଫଳରେ ଉକ୍ତ ଶୌଚାଳୟ ସମ୍ମୁଖ ବାରଣ୍ଡାରେ ଉକ୍ତ ନାବାଳିକା ଜଣକ ଶୌଚ ହେଉଥିଲେ । ଏହି ସମୟରେ ଶୌଚାଳୟ ମଧ୍ୟରୁ ଉକ୍ତ ଯୁବକ ଜଣକ ହଠାତ୍ ବାହାରୀ ଆସି ନାବାଳିକାକୁ ବଳାକ୍ରାର ଉଦ୍ୟମ କରିଥଲା । ଭୟରେ ନାବାଳିକା ଜଣକ ଘଟଣାସ୍ଥଳରୁ ଦୌଡି ଯାଇ ତାଙ୍କ ସମ୍ପର୍କୀୟଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା । ଏହାପରେ ନାବାଳିକାଙ୍କ ମାଁ ଉକ୍ତ ଯୁବକକୁ ଗାଳିଗୁଲଜ କରିବାରୁ ସେ ଧମକ ଚମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୀଡିତାଙ୍କ ମାଁଙ୍କ ଏତଲାକୁ ଭିତ୍ତି କରି ପୁଲିସ ଆଇପିସିର ଧାରା ୩୫୪ ଡି- ୫୦୬ ଏବଂ ୧୨ ପୋସ୍କୋ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରି ଉକ୍ତ ଯୁବକକୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି । ତେବେ ଏନେଇ ବୁର୍ଲା ଏସଡିପିଓ ସତ୍ୟବ୍ରତ ଦାସଙ୍କୁ ପଚାରିବାରୁ ଅଭିଯୁକ୍ତକୁ ଅଟକ ରଖାଯାଇଥିବା ବେଳେ ନାବାଳିକାକୁ ଅଶ୍ଲୀଳ ଆଚରଣ ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ ହୋଇଥିବା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons