ଜାଗରରେ ମନ୍ଦିରକୁ ଯାଇପାରିବେ ନାହିଁ ଭକ୍ତ

Get real time updates directly on you device, subscribe now.

ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ): ମହାଶିବରାତ୍ରି ପର୍ବ ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ କୋଭିଡ୍ ଗାଇଡ ଲାଇନ ଜାରି କରିଛି । ଆସନ୍ତା ୧୧ ତାରିଖ ଦିନ ଶିବାଳୟ ନଯାଇ ନିଜ ପରିବାର ଭିତରେ ପର୍ବ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଜଣାଇ ଦିଆଯାଇଛି । କେବଳ ମନ୍ଦିରରେ ୭ଜଣ ସେବାୟତ ମାସ୍କ୍ ଓ ସାମାଜିକ ଦୂରତା ପାଳନ ସହ ପୂଜା ସମ୍ପନ୍ନ କରିବେ । ବଲାଙ୍ଗୀର ଦେବୋତ୍ତର ବିଭାଗ ତରଫରୁ ଏନେଇ ଗାଇଡ ଲାଇନ ଜାରି କରାଯାଇଛି ।
ଏହି ଗାଇଡ୍‌ଲାଇନ୍‌ ଅନୁସାରେ, ବଲାଙ୍ଗିର୍‌ ସହର ସମେତ ଉପଖଣ୍ଡ ସ୍ଥିତ ଶିବ ମନ୍ଦିରର କମିଟି ସଦସ୍ୟ, ପୃଷ୍ଠ ପୋଷକ ଏବଂ ଜନସାଧାରଣଙ୍କ ଅବଗତି ନିମନ୍ତେ କରୋନାକୁ ଦୃଷ୍ଟିରେ ରଖି ଏହି ନିୟମ ମାନି ଚଳିବାକୁ କୁହାଯାଇଛି ।
ଜାଗର ଦିନ ବିନା ନିଡ଼ାରମ୍ବରେ ଏବଂ ବିନା ଭକ୍ତ ସମାବେଶରେ କେବଳ ବିଧି ରକ୍ଷା ନିମିତ୍ତ ପୂଜକ ମାନେ ମନ୍ଦିର ପରିସରକୁ ଯାଇ ପୂଜା କରିପାରିବେ ବୋଲି ଏଥିରେ କୁହାଯାଇଛି । ଘରେ ଭକ୍ତମାନେ ରହି ସୁରକ୍ଷିତ ପୂଜା କରିବାକୁ ପ୍ରଶାସନ ଜନ ସାଧାରଣଙ୍କୁ ନିବେଦନ କରିଥିବା ଏଥିରେ ଉଲ୍ଲେଖ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons