
ବାରିପଦା : ତାର ଚୋରି କରିବାକୁ ଯାଇ ଜୀବନ ହାରିଲା ଯୁବକ । ବାରିପଦା ସହରର ୱାଲିଗଞ୍ଜଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ସହର ମଝିଦେଇ ଯାଇଥିବା ରେଳଲାଇନର ନୂତନ ବିଦ୍ୟୁତିକରଣ କାମ ଚାଲୁଥିବା ବେଳେ ଜଣେ ଯୁବକ ତାର ଚୋରି କରିବାକୁ ଖୁଣ୍ଟରେ ଚଢିଥିଲା । ଯୁବକ ଜଣଙ୍କ ଗୋଟିଏ ତାରକୁ କାଟିବାରେ ସଫଳ ହୋଇଥିଲେ ମଧ୍ୟ କୌଣସି କାରଣରୁ ଖୁଣ୍ଟରୁ ପଡି ତାଙ୍କର ମୃତ୍ୟୁ ହୋଇଛି । ତେବେ ଉକ୍ତ ଲାଇନରେ ବିଦ୍ୟୁତ୍ ସଂଯୋଗ ହୋଇନଥିଲା । ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୁବକଙ୍କ ସଠିକ୍ ପରିଚୟ ମିଳିପାରି ନାହିଁ ।


Comments are closed, but trackbacks and pingbacks are open.