
ଚଣ୍ଡିଖୋଲ: ଘର ଆଗରେ ବାଇକ ପୋଡିଦେଲେ ଦୁର୍ବୁତ୍ତ । ଯାଜପୁର ଜିଲ୍ଲା ଜେନାପୁର ଥାନା ଅଞ୍ଜିରା ଫଞ୍ଚାୟତର ମୁରାରୀପୁର ଗ୍ରାମରେ ଘଟିଛି ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ମୁରାରୀପୁର ଗାଁର ଲକ୍ଷ୍ମୀଧର ଜେନାଙ୍କ ଘର ଆଗରେ ୩ ବାଇକ ଓ ଦୁଇଟି ସ୍କୁଟି କେହି ଦୁର୍ବୁତ୍ତ ପୋଡି ଦେଇଛନ୍ତି । ଲକ୍ଷ୍ମୀଧର ଘର ଆଗରେ ନିଜର ଦୁଇଟି ଗାଡି ଓ ବ୍ୟାଙ୍କ କର୍ମଚାରୀ ଙ୍କ ତିନୋଟି ଗାଡି ପ୍ରତିଦିନ ଘର ବାହାରେ ରହିଥାଏ ହେଲେ ଗତକାଲି ବିଳମ୍ବିତ ରାତିର କେହି ଦୁର୍ବୁତ୍ତ ଗାଡି ପୋଡି ଦେଇଥିବା ଜଣାପଡିଛି । ଘଟଣାସ୍ଥଳରେ ଜେନାପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପୂର୍ବ ଶତ୍ରୁତା ଯୋଗୁ ଦୁର୍ବୁତ୍ତ ମାନେ ଏଭଳି କାଣ୍ଡ ଘଟାଇ ଥିବା ସନ୍ଦେହ କରାଯାଉଛି ।


Comments are closed, but trackbacks and pingbacks are open.