
ଭୁବନେଶ୍ୱର: ରାଜଧାନୀର ପୁଣି ଗଡିଲା ମୁଣ୍ଡ । ବିଚ୍ ରାସ୍ତାରେ ମର୍ଡର । ଗୋଡାଇ ଗୋଡାଇ ଜଣଙ୍କୁ ହାଣିଲେ ଦୁର୍ବୃତ୍ତ । ତେବେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ନାମ ଜଟିଆ ବୋଲି ଜଣାପଡିଛି । ତାଙ୍କ ଘର ସାଲିଆସାହିରେ ବୋଲି ସୂଚନା ରହିଛି । ଭୁବନେଶ୍ୱର ସିଆର୍ପିଏଫ୍ ଛକରେ ଘଟିଛି ହତ୍ୟାକାଣ୍ଡ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ଶନିବାର ଦିନ ପୂର୍ବାହ୍ନ ସମୟରେ ଭୁବନେଶ୍ୱରର ସିଆର୍ପିଏଫ୍ ଛକରେ ଜଣେ ଯୁବକଙ୍କୁ ଆସି କିଛି ବ୍ୟକ୍ତି ଆକ୍ରମଣ କରିଥିଲେ । ଏପିରିକି ଯୁବକ ଗୋଡେଇ ଗୋଡେଇ ମଧ୍ୟ ହାଣିଥିଲେ । ଯାହାଫଳରେ କି ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ସମସ୍ତ ମୃତାହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହେଉଥିବା ବେଳେ ୨ଜଣଙ୍କୁ କାବୁ କରିଛନ୍ତି ସ୍ଥାନୀୟଲୋକେ । ଘଟଣାସଂପର୍କରେ ଖବର ପାଇ ପୋଲିସ ପହଞ୍ଚିଥିଲା , ଏବଂ ଉଭୟ ଯୁବକଙ୍କୁ ଅଟକ ରଖି ପଚାରାଉଚରା କରୁଛି ପୋଲିସ ।


Comments are closed, but trackbacks and pingbacks are open.