କୂଅରୁ ମିଳିଲା ମା’-ଝିଅଙ୍କ ମୃତଦେହ

Get real time updates directly on you device, subscribe now.

ମାଲକାନଗିରି : ରାତିରେ ଖାଇପିଇ ଘରେ ଶୋଇଥିଲେ। ହେଲେ ସକାଳୁ କୂଅରୁ ମିଳିଲା ମା’ ସହ ୪ ବର୍ଷ ଝିଅର ମୃତଦେହ। ଏପରି ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା ମାଥିଲି ଥାନା ଚେକେଡ଼ା ପଞ୍ଚାୟତ କାଉଡ଼ିଗୁଡ଼ା ଗାଁରେ ଘଟିଛି। ଗତ ରାତିରେ ପରିବାର ଲୋକଙ୍କ ସହ ମା’ ଝିଅ ବି ଖାଇପିଇ ଶୋଇଥିଲେ। କିନ୍ତୁ ସକାଳୁ ଉଭୟଙ୍କୁ ପରିବାର ଲୋକ ପାଇ ନ ଥିଲେ। ଏହାପରେ ଖୋଜାଖୋଜି କରି ନିକଟରେ ଥିବା ଏକ କୂଅରେ ମା’ ଝିଅଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମହିଳାଜଣକ କ’ଣ ପାଇଁ ଏପରି ଚରମ ପଦକ୍ଷେପ ନେଲେ ତାହା ଜଣାପଡ଼ି ନାହିଁ । ଏ ସଂକ୍ରାନ୍ତରେ ପରିବାର ଲୋକ ମଧ୍ୟ ମୁହଁ ଖୋଲୁ ନାହାନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons