ଭୁଶୁଡ଼ିଲା ସିଡ଼ାପୁଟ ପୋଲ

Get real time updates directly on you device, subscribe now.

ନନ୍ଦପୁର,(ବି.ବି.ନୁ୍ୟଜ): ଯାହା ଆଶଙ୍କା କରାଯାଉଥିଲା, ଶେଷରେ ତାହାହିଁ ହେଲା । ଭୁଶୁଡ଼ିଲା ସିଡ଼ାପୁଟ ପୋଲ । ଅଳ୍ପକେ ବର୍ତ୍ତିଗଲେ ଟ୍ରାକ୍ଟର ଡ୍ରାଇଭର୍ ରଥ ଗେମେଲ । ଘର ବଡ଼ଟାଙ୍କୁଆ ଗାଁରେ । ଟ୍ରାକ୍ଟରର ଡାଲାଟି ଭଙ୍ଗା ପୋଲ ତଳକୁ ଝୁଲି ରହିଛି । ଇଞ୍ଜିନଟି ଟିକିଏ ଆଗକୁ ଚାଲିଯାଇଥିବାରୁ ବର୍ତ୍ତିଯାଇଛି ଜୀବନ । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତର ସାଉନି ପୂଜାରୀପୁଟ ଗାଁ ନିକଟରେ ଆଜି ଅପରାହ୍ନରେ ଘଟିଛି ଏହି ଅଘଟଣ । ପୋଲ ଭୁଶୁଡ଼ିବା ପରେ ଆଖପାଖର ୮ରୁ ଅଧିକ ଗାଁ ବିଚ୍ଛିନ୍ନ ହୋଇଯାଇଛି । ଏଥିଲାଗି ପ୍ରଶାସନର ଅବହେଳାକୁ ସିଧାସଳଖ ଦାୟୀ କରିଛନ୍ତି ଲୋକେ ।
ପୋଲ ଭୁଶୁଡ଼ିବା ପରେ ବଡ ଟାଙ୍କୁଆ, ସିଡାପୁଟ, ପଣ୍ଡାପୁଟ, ବଦଲିପାଣ୍ଡି, ବିଲାଇପୁଟ, ଗୁଲପାଣ୍ଡି, ଖଟାଗୌଡପୁଟ ସମେତ ଅନ୍ୟ ଛେଟ ବଡ ଗାଁର ଶତାଧିକ ଲୋକ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଗ୍ରାମବାସୀ କହିଛନ୍ତି, ସିଡାପୁଟ ପୋଲ ଉପରେ ବେଲଗାଁ ପଞ୍ଚାୟତବାସୀଙ୍କ ସମେତ ଅନ୍ୟ ଗାଁର ଲୋକେ ନିର୍ଭର କରିଆସୁଛନ୍ତି । ଏହା ବହୁ ପୁରୁଣା ପୋଲ ହୋଇଥିବା ବେଳେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିଲା । ପୋଲ ନିର୍ମାଣ ପାଇଁ ସେମାନେ
ବହୁବାର ବ୍ଲକ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । କେହିହେଲେ କର୍ଣ୍ଣପାତ କରିନଥିଲେ । କିଛିଦିନ ତଳେ ଗଣମାଧ୍ୟମରେ ପୋଲ ସମ୍ପର୍କରେ ଖବର ମଧ୍ୟ ପ୍ରକାଶିତ ହୋଇଥିଲା । ତଥାପି ପ୍ରଶାସନର ନିଦ ଭାଙ୍ଗିନଥିଲା । ଏବେ ପୋଲ ଭୁଶୁଡି ପଡିବା ପରେ ସେମାନେ ଜରୁରୀସେବା କିପରି ପାଇପାରିବେ ବୋଲି ପ୍ରଶ୍ନ କରିଛନ୍ତି । ୪ହଜାରରୁ ଅଧିକ ଲୋକଙ୍କ ଜୀବନ ରେଖା ସଦୃଶ ଥିଲା ଏହି ପୋଲ । ସହରକୁ ନଗଲେ ପୋଟ ଅପୋଷା ରହିବ । କିପରି ନଦୀପାରି ହୋଇ ଗାଁର ମହିଳାମାନେ ଯାତାୟତ କରିବେ ବୋଲି ଗ୍ରାମବାସୀ କ୍ଷୋଭର ସହ କହିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ପୋଲ ନିର୍ମାଣ କାମ ଆରମ୍ଭ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons