ଯୁବତୀଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବଡଆମ୍ବଡା ଫାଣ୍ଡି ଉକିଆପାଲ୍ଲୀ ପଞ୍ଚାୟତ ଦୂରାଗାଁରେ ଜଣେ ଯୁବତୀ ବେକରେ ଶାଢି ବାନ୍ଧି ଆତ୍ମହତ୍ୟା କରିଛନ୍ତି । ରାସ୍ତା କଡ ଏକ କାଜୁ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଯୁବତୀ ହେଲେ ମାଝିଧନୁଆ ପଞ୍ଚାୟତ ଆଉରୀ ଗାଁର ଗଞ୍ଚି ପୂଜାରୀ(୨୫) । ଗଞ୍ଚି କିଛି ଦିନ ହେଲା ଘରୁ କୁଆଡେ ପଳାଇ ଯାଇଥିବାବେଳେ ମାନସିକ ସନ୍ତୁଳନ ହରାଇଥିଲେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ କହିଛି ।
ସୂଚନା ଅନୁସାରେ, ପ୍ରାୟ ୨ ବର୍ଷ ହେବ ଗଞ୍ଚି ସ୍ୱାମୀ ପରିତ୍ୟକ୍ତା ହୋଇ ବାପା ଭଗବାନ ପୂଜାରୀଙ୍କ ଘରେ ରହି ଆସୁଥିଲେ । ଶୁକ୍ରବାର ସକାଳେ ଦୂରାଗାଁ ରାସ୍ତାକଡ କାଜୁ ଗଛରେ ତାଙ୍କ ଶବ ଝୁଲୁଥିବା ଗ୍ରାମବାସୀ ଦେଖିଥିଲେ । ପରେ ଲୋକେ ବଡଆମ୍ବଡା ଫାଣ୍ଡିକୁ ସୂଚନା ଦେଇଥିଲେ । ଫାଣ୍ଡି ଅଧିକାରୀ ଶୁଭେନ୍ଦୁ ବେହେରା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ । ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏ ନେଇ ଏକ ଅପମୃତୁ୍ୟ ମାମଲା(୩/୨୦୨୧) ରୁଜୁ ହୋଇଛି । ପୁଲିସ ମାମଲାର ଅଧିକ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons