
ମାଲକାନଗିରି,(ବି.ବି.ନୁ୍ୟଜ):ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ଗୁଡେମ ଥାନା କୋଟାପାଲମ ଗ୍ରାମରେ ମାଓବାଦୀମାନେ ପୁଲିସ ସୂଚନାଦାତା ସନେ୍ଦହରେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି । ଯୁବକ ହେଲେ ଗୋଡୁମେ ଥାନା କୋଟାପାଲମ ଗ୍ରାମର କୋରା ପାଲ୍ଲୁ ।
ସୂଚନା ଅନୁସାରେ, ପିଲ୍ଲୁ ପୂର୍ବରୁ ମାଓ ସଂଗଠନରେ କାର୍ଯ୍ୟ କରୁଥିଲେ । ମାଓବାଦୀଙ୍କ ଅତ୍ୟାଚାର ସହି ନପାରି ସଂଗଠନ ଛାଡି ପୁଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ । ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ଜଣେ ସାଧାରଣ ନାଗରିକ ଭଳି ଜୀବନଯାପନ କରୁଥିଲେ । କିଛି ଦିନହେଲା ସେ ଅଚଂଳରେ ପୁଲିସ ପକ୍ଷରୁ ବାରମ୍ବାର ସର୍ଚ୍ଚ ଅପରେସନ କରାଯାଉଥିବାରୁ ମାଓବାଦୀ ପାଲ୍ଲୁଙ୍କୁ ପୁଲିସ ସୂଚନାଦାତା ସନେ୍ଦହ କରିଥିଲେ । ଗତ ଶୁକ୍ରବାର ରାତ୍ରରେ କୋଟାପାଲମ ଗ୍ରାମରେ ଅସ୍ତ୍ରଶସ୍ତ୍ର ଧରି ମାଓବାଦୀମାନେ ପ୍ରବେଶ କରି ଶୋଇଥିବା ଅବସ୍ଥାରେ ପାଲ୍ଲୁଙ୍କ ହାତଗୋଡ ବାନ୍ଧି ବାହରକୁ ନେଇ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ହତ୍ୟା ପରେ ମାଓବାଦୀମାନେ ଏକ ହାତଲେଖା ଚିଠି ଛାଡି ଯାଇଛନ୍ତି । ପୁଲିସ ସୂଚନାଦାତା ସନେ୍ଦହରେ ତାଙ୍କୁ ପ୍ରଜା କୋର୍ଟରେ ମୃତୁ୍ୟ ଦଣ୍ଡ ଦିଆଯାଇଛି ବୋଲି ଏଥିରେ ଲେଖାଅଛି । ଶନିବର ସକାଳେ ଘଟଣାସ୍ଥଳରେ ପୁଲିସ ପହଁଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇଥିଲା ।


Comments are closed, but trackbacks and pingbacks are open.