୧୦ ଫୁଟର ଅଜଗରକୁ ମାରିଦେଲେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଡମପଡ଼ା ରେଞ୍ଜ୍ ଅନ୍ତର୍ଗତ କଇଁମୁଣ୍ଡି ଗ୍ରାମର କିଛି ଲୋକଙ୍କ ସହ ମିଶି ବନ କର୍ମଚାରୀମାନେ ଏକ ଅଜଗରକୁ ମାରି ଦେଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରେ ଏକ ୧୦ ଫୁଟିଆ ଅଜଗର (ଇଣ୍ଡିଆନ ପାଇଥନ୍) କୌଣସି ଏକ ଜନ୍ତୁକୁ ଗିଳି ଦେଇଥିବା ଲୋକମାନେ ଦେଖିଥିଲେ । ବାହାଦୁରୀ ଦେଖାଇବା ଲାଗି ଅଜଗରକୁ ଧରିବା ପାଇଁ ସ୍ଥାନୀୟ ଲୋକେ ଚେଷ୍ଟା କଲେ ଏବଂ ବନ ବିଭାଗକୁ ଖବର ଦେଲେ । ଡମପଡ଼ା ରେଞ୍ଜରେ କାମ କରୁଥିବା କିଛି ବନରକ୍ଷୀ ସେଠାରେ ପହଞ୍ଚି ଲୋକଙ୍କ ସାହାଯ୍ୟରେ ଅଜଗରକୁ ଧରିଥିଲେ । ଶିଆଳି ଲଟାରେ ତା’ ବେକକୁ ଏବଂ ଦେହକୁ ବାନ୍ଧି ଦେଇଥିଲେ । ଅଜଗରକୁ ସେମିତି ଘୋଷାଡି ଘୋଷାଡ଼ି ଜଙ୍ଗଲରୁ ଗାଁ ଭିତରକୁ ଅଣିଥିଲେ । ଅଜଗରକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା । ପରେ ଜଙ୍ଗଲ ବିଭାଗର ବୋଲେରୋ ଗାଡ଼ି ସେଠାରେ ପହଞ୍ଚି ଥିଲା । ତେବେ ଜଙ୍ଗଲରେ ଶିଆଳି ଲଟାରେ ବାନ୍ଧିବା ବେଳେ ସାପ ଦେହ ଉପରେ ଲୋକମାନେ ଛିଡା ମଧ୍ୟ ହୋଇଥିଲେ । ଜଙ୍ଗଲ କର୍ମଚାରୀ ଅଖା ଭିତରେ ସାପଟିକୁ ଭର୍ତ୍ତି କଲାବେଳେ ସାପଟି ମରି ସାରିଥିଲା ବୋଲି ଭାଇରାଲ୍ ହୋଇଥିବା ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି । ଏନେଇ ଡମପଡ଼ା ରେଞ୍ଜ ଅଫିସର ଅଶୋକ ଦାସଙ୍କୁ ପଚାରିବାରେ ସେ କହିଥିଲେ, ଅଜଗରକୁ ଆମେ ଲୋକଙ୍କ କବଳରୁ ଉଦ୍ଧାର କଲାବେଳେ ସାପଟି ମରି ସାରିଥିଲା । ମୃତ ସାପକୁ ନେଇ ବ୍ୟବଚ୍ଛେଦ କରିବା ବେଳେ ସେ ଏକ କୁକୁଡ଼ାକୁ ଗିଳିଥିବା ଜଣା ପଡ଼ିଥିଲା । ପରେ ସାପକୁ ଜଙ୍ଗଲରେ ପୋତି ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ଠିକ୍ ଏମିତି ଏକ ଘଟଣାକ୍ରମରେ ଗଞ୍ଜାମ ଜିଲ୍ଲାର ବୁଗୁଡ଼ାରେ କିଛିଦିନ ତଳେ ଏକ କଲରାପତରିଆ ବାଘର ମୃତୁ୍ୟ ଘଟିଥିଲା । ଏହି ଘଟଣାରେ କିଛି ଲୋକ ଗିରଫ ମଧ୍ୟ ହୋଇଥିଲେ । କିନ୍ତୁ ଆହତ ବାଘକୁ ଚିକିତ୍ସା ଯୋଗାଇ ଦିଆ ଯାଇନଥିଲା । ଏହି ଭୁଲ୍ ପାଇଁ ବୁଗୁଡ଼ା ବନ କର୍ମଚାରୀଙ୍କ ବିରୋଧରେ କିଛି ବି କାର୍ଯ୍ୟାନୁÂାନ ହୋଇ ନଥିଲା । ଏଣୁ ଡମପଡ଼ାରେ ଅଜଗର ମୃତୁ୍ୟ ଘଟଣା ପାଇଁ ଆଉ ତଦନ୍ତକୁ ଭରସା ନକରି ସମ୍ପୃକ୍ତ ବନ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ନେବା ପାଇଁ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କ୍ରାଇମବ୍ରାଞ୍ଚର ଆଡିସନାଲ୍ ଡିଜିଙ୍କୁ ଅନୁରୋଧ କରି ଚିଠି ଲେଖିଛନ୍ତି । ଏହି ଘଟଣାରେ ଡମପଡ଼ା ରେଞ୍ଜ ଅଫିସରଙ୍କ ଅବହେଳା ଯଦି ପ୍ରମାଣିତ ହୁଏ, ତେବେ ତାଙ୍କୁ ମଧ୍ୟ ଗିରଫ କରିବା ପାଇଁ ଶୁଭେନ୍ଦୁ କ୍ରାଇମବ୍ରାଞ୍ଚକୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons