
କୋରାପୁଟ,(ବି.ବି.ନୁ୍ୟଜ): ଜିଲ୍ଲାରେ ତେନ୍ତୁଳି ଅମଳ ଆରମ୍ଭରୁ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇଛନ୍ତି । ଆନ୍ଧ୍ର ଦଲାଲଙ୍କ କବଳରେ ଏବେ ଜିଲ୍ଲାର ତେନ୍ତୁଳି । ସଂଗ୍ରହକାରୀ ଓ ଚାଷୀ ସରକାରୀ ଦର ଜାଣି ନଥିବାରୁ ଆନ୍ଧ୍ର ଦଲାଲଙ୍କ ଦ୍ୱାରା %ାର୍ଯ୍ୟ ଦରରେ ତେନ୍ତୁଳି ବିକ୍ରି କରି କ୍ଷତିରେ ପଡ଼ୁଛନ୍ତି । ବର୍ତ୍ତମାନ ୨୫ରୁ ୩୦ଟଙ୍କା ଦରରେ କିଣାଯାଉଛି । କୋଟିଆ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସଂଗ୍ରହକାରୀ ଆଦିବାସୀ ଓ ଅଣଆଦିବାସୀ ଚାଷୀ ତେନ୍ତୁଳିର ଉପଯୁକ୍ତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ।
କୋରାପୁଟ ଜିଲ୍ଲାରେ ଚଳିତବର୍ଷ ପ୍ରଚୁର ତେନ୍ତୁଳି ଅମଳ ହୋଇଛି । ଟିଡ଼ିସିସି ପକ୍ଷରୁ ଚଳିତବର୍ଷ ତେନ୍ତୁଳି କ୍ରୟ ପାଇଁ କୌଣସି ଦର ନିର୍ଦ୍ଧାରଣ ହୋଇ ନାହିଁ । ଏନେଇ ସରକାରଙ୍କ ଠାରୁ ମଧ୍ୟ କୌଣସି ନୋଟିଫିକେସନ ଆଜିସୁଦ୍ଧା ଆସି ନାହିଁ ବୋଲି ଟିଡ଼ିସିସି ମାର୍କେଟିଂ ଅ%ିକାରୀ ଆଶୁତୋଷ ନନ୍ଦ କହିଛନ୍ତି । ଗତବର୍ଷ ମାର୍ଚ୍ଚ ଆରମ୍ଭରୁ ସରକାରୀ ନୋଟିଫିକେସନ ଆସିଥିଲା । ତେନ୍ତୁଳି ଦର ମଧ୍ୟ ନିର୍ଦ୍ଧାରଣ ହୋଇଥିଲା । ମଞ୍ଜିଥିବା ତେନ୍ତୁଳି କେଜି ପିଛା ୩୬ ଟଙ୍କା ଓ ମଞ୍ଜିଛଡ଼ା ତେନ୍ତୁଳି କେଜି ପିଛା ୫୮ ଟଙ୍କା ନିର୍ଦ୍ଧାରଣ କରାଯାଇଥିଲା । କିନ୍ତୁ ଚଳିତବର୍ଷ ଦର ନିର୍ଦ୍ଧାରଣ ହୋଇ ନଥିବା ଶ୍ରୀ ନନ୍ଦ କହିଛନ୍ତି । ଜିଲ୍ଲାରେ ଏବେ ତେନ୍ତୁଳି ଅମଳ ଆରମ୍ଭ ହୋଇଥିବାରୁ ଆନ୍ଧ୍ର ଦଲାଲମାନେ ପଟ୍ଟାଙ୍ଗି ବ୍ଲକ ସମେତ ନାରାୟଣପାଟଣା, ବନ୍ଧୁଗାଁ, ନନ୍ଦପୁର ଅଞ୍ଚଳରେ ସକ୍ରିୟ ହୋଇଛନ୍ତି । ଆନ୍ଧ୍ର ବ୍ୟବସାୟୀମାନେ ମଞ୍ଜିଥିବା ତେନ୍ତୁଳି କେଜି ୨୫ରୁ ୩୦ ଟଙ୍କା ଦରରେ କିଣୁଛନ୍ତି । ଯାହାଦ୍ୱାରା ଓଡ଼ିଶାର ତେନ୍ତୁଳି ଚାଷୀ ଅଭାବୀ ବିକ୍ରିର ଶିକାର ହୋଉଛନ୍ତି । ବିଶେଷକରି ହାଟ ଗୁଡ଼ିକରେ ଏବେ ତେନ୍ତୁଳି ସଂଗ୍ରହକାରୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳୁନାହିଁ । ଆନ୍ଧ୍ର ବେପାରୀମାନେ ସ୍ଥାନୀୟ ଦଲାଲଙ୍କ ଦ୍ୱାରା ଜିଲ୍ଲାରୁ ତେନ୍ତୁଳି ସଂଗ୍ରହରେ ଲାଗିଛନ୍ତି । ସେମାନଙ୍କ ଉପରେ ପଞ୍ଚାୟତ ପକ୍ଷରୁ କୌଣସି କଟକଣା ରହୁନି । ଫଳରେ ସେମାନେ ହାଟରେ ତେନ୍ତୁଳି କ୍ରୟ ନକରି ହାଟ ଆସିବା ରାସ୍ତାରେ ଏବଂ ଗାଁର ଛକସ୍ଥାନରେ ଓଜନକଣ୍ଟା ଲଗାଇ ୨୫ରୁ ୩୦ ଟଙ୍କାରେ ତେନ୍ତଳି କେଜି କିଣି ନେଉଛନ୍ତି । ଏହାକୁ କେହି ତଦାରଖ କରୁ ନାହାନ୍ତି । କ୍ରୟକାରୀମାନେ ପଞ୍ଚାୟତଗୁଡ଼ିକ ଠାରୁ ତେନ୍ତୁଳି କ୍ରୟ ପାଇଁ ପୂର୍ବରୁ ଲାଇସେନ୍ସ ନେଉଥିଲେ । ଏଥିସହିତ ସରକାରୀ ଦରରେ ବେପାରୀମାନେ ତେନ୍ତୁଳି କିଣିବା କଥା । କିନ୍ତୁ ଆନ୍ଧ୍ର ବେପାରୀମାନେ ଏସବୁକୁ ବେଖାତିର କରି ସୀମାନ୍ତ ବ୍ଲକଗୁଡ଼ିକରେ ବିନା ବା%ାରେ ସ୍ଥାନୀୟ ଦଲାଲଙ୍କ ଦ୍ୱାରା ତେନ୍ତୁଳି କିଣି ନେଉଛନ୍ତି । କେତେକ ପଞ୍ଚାୟତ ଅ%ିକାରୀଙ୍କ ସହିତ ଭିତିରି ସମ୍ପର୍କ ରଖି ଏହି ବେପାରୀମାନେ କମଦରରେ ଓଡ଼ିଶାରୁ ତେନ୍ତୁଳି କ୍ରୟକରି ନେଉଛନ୍ତି । ତେନ୍ତୁଳି ସଂଗ୍ରହକାରୀ ସରକାରୀ ଦର ସମ୍ପର୍କରେ ଅଜ୍ଞ ରହି ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.