ସହରକୁ ମାଡ଼ିଲା ଜଙ୍ଗଲ ନିଅାଁ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): କେବଳ ପାହାଡ଼ ଉପରେ ନୁହେଁ ସହର ଭିତରକୁ ବର୍ତ୍ତମାନ ଜଙ୍ଗଲ ନିଅାଁ ମାଡ଼ି ଆସିଛି । ପତ୍ରଝଡ଼ା ସମୟରେ ନିଅାଁ ଲଗାଇବା ଜିଲ୍ଲାରେ ଏକ ସାଧାରଣ ଘଟଣା ପାଲଟିଗଲାଣି । ଧିରେ ଧିରେ ତାହା ସହରମୁହାଁ ହେବାରେ ଲାଗିଛି । ଏହାର ଉଦାହରଣ ଆଜି ସହର ଭିତରେ ଦେଖିବାକୁ ମିଳିଥିଲା । ସ୍ଥାନୀୟ ରେଳବାଇ ଅଭିନନ୍ଦନ ହଲ୍ ଏବଂ ରେଳଧାରଣା କାରଖାନା ମଧ୍ୟବର୍ତ୍ତୀ ଅଞ୍ଚଳରେ ଆଜି ନିଆଁ ବ୍ୟାପିଥିଲା । କେହି ଦୁର୍ବୃତ୍ତ ଏହି ନିଅାଁ ଲଗାଇଥିବା ଅନୁମାନ କରାଯାଉଛି । ସାମାନ୍ୟ ଅଙ୍ଗାର ପାଇଁ ସଚେତନତା ଅଭାବରୁ ଅଗ୍ନି ସଂଯୋଗ କରାଯାଉଛି । ଫଳରେ ବହୁ ବୃକ୍ଷଲତା ନଷ୍ଟ ହେବାରେ ଲାଗିଛି । ଆଜି ଯେଉ ସ୍ଥାନରେ ନିଅାଁ ଲାଗିଥିଲା ତାହା ପ୍ରାୟ ୫ରୁ ୬ ଏକର ବିସ୍ତୃତ ଅଞ୍ଚଳ । ସେଠାରେ ବିଭିନ୍ନ ପ୍ରକାର ଗଛ ରହିଛି । ସେଠାରେ ଦୁର୍ବୃତ୍ତମାନେ ନିଅାଁ ଲଗାଇଦେଇଥିଲେ । ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ନିଅାଁ ଲାଗିଥିବା ନଜରକୁ ଆସିଥିଲା । ଏହାପରେ ସ୍ଥାନୀୟ ବାସିନ୍ଦା ତୁରନ୍ତ ଦମକଳବାହିନୀକୁ ସୂଚନା ଦେଇଥିଲେ । ସୂଚନାପାଇ ଦମକଳବାହିନୀ ଯବାନମାନେ ପହଞ୍ଚିି ପାଣି ସିଞ୍ଚନ କରି ନିଅାଁକୁ ଆୟତ୍ତ କରିଥିଲେ । ନିକଟରେ ଦୁଇଟି ବିଦୁ୍ୟତ ଟ୍ରାନ୍ସଫର୍ମର ରହିଥିବାରୁ ଦମକଳ ବାହିନୀକୁ ସମସ୍ୟା ଉପୁଜିଥିଲା । ଠିକ୍ ସମୟରେ ନିଅାଁକୁ ଆୟତ୍ତ କରାଯାଇ ନଥିଲେ ତାହା ସମ୍ପୂର୍ଣ୍ଣ ରୂପେ ସେହି ଅଞ୍ଚଳକୁ ବ୍ୟାପି ଥାଆନ୍ତା ବୋଲି ରେଳବାଇ କର୍ମଚାରୀ କହିଛନ୍ତି । ଆଜି ଭୋରରୁ କେହି ନିଅାଁ ଲଗାଇଥିବା ବେଳେ ଏହା ଧିରେ ଧିରେ କୁହୁଳି ମଧ୍ୟାହ୍ନରେ ନଜରକୁ ଆସିଥିଲା । ଏଭଳି ପୋଡ଼ୁଚାଷ ରୋକିବା ନିମନ୍ତେ ଲୋକଙ୍କୁ ଅଧିକ ସଚେତନ କରିବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons