ଠେକୁଆ ମାରିବାକୁ ବିଦୁ୍ୟତ୍ ସଂଯୋଗ :ବର୍ତ୍ତିଲେ ଯୁବକ, ୨ ଗିରଫ

Get real time updates directly on you device, subscribe now.

କୋଷାଗୁମୁଡା,(ବି.ବି.ନୁ୍ୟଜ):ଠେକୁଆ ମାରିବାକୁ ବିଛାଇଥିଲେ ବିଦୁ୍ୟତ ତାର । ଏହା ସଂସ୍ପର୍ଶରେ ଆସି ଯୁବକ ହେଲେ ଆହତ । ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ଖୁଟବାଇ ପଞ୍ଚାୟତ ସାନଦାମାପାଲା ଗାଁରେ ଘଟିଛି ଏହି ଘଟଣା । ଏହାକୁ ନେଇ ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ହେଲେ ଖାଡିବାଲି ଗାଁର ରତନ ଗଉଡ ଓ ଗଙ୍ଗାଧର ଜାନି । ସୌଭାଗ୍ୟରୁ ସମ୍ପୃକ୍ତ ଯୁବକ ସୁଶାନ୍ତ ହରିଜନ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ସୂଚନା ଅନୁସାରେ, ଗାଁରେ ସୁଶାନ୍ତ ହରିଜନଙ୍କର କାଜୁ ବାଡ ଥିଲା । ବାଡକୁ ପାଖ ଜଙ୍ଗଲରୁ ଠେକୁଆ ଆସୁଥିଲେ । ନିକଟରେ ୧୧ ହଜାର କେଭିର ବିଦୁ୍ୟତ ଖୁଣ୍ଟ ରହିଥିଲା । ଠେକୁଆ ମାରିବାକୁ ଗତ ଶୁକ୍ରବାର ସନ୍ଧ୍ୟାରେ ରତନ ଓ ଗଙ୍ଗାଧର ବିଦୁ୍ୟତ ପୋଲରୁ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ତାର ବିଛାଇଥିଲେ । ଏ ବିଷୟରେ ସୁଶାନ୍ତଙ୍କୁ କିଛି ଜଣା ନଥିଲା । ସବୁଦିନ ଭଳି ସନ୍ଧ୍ୟାରେ ସୁଶାନ୍ତ କାଜୁବାଡକୁ ବୁଲିବାକୁ ଆସିଥିଲେ । ଅସାବଧାନତାରୁ ପୂର୍ବରୁ ବିଛା ଯାଇଥିବା ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । କିନ୍ତୁ ସୌଭାଗ୍ୟରୁ ସେ ଏଥିରେ ସାମାନ୍ୟ ଆହତ ହୋଇଥିଲେ । ଖବର ପାଇ ଖୁଟବାଇ ସରପଞ୍ଚ ଦିବାକର ଜାନି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଦେଖିବା ସହ ପାପଡାହାଣ୍ଡି ବିଦୁ୍ୟତ ବିଭାଗ କନିÂ ଯନ୍ତ୍ରୀଙ୍କୁ ଫୋନ୍ କରି ଡକାଇଥିଲେ । ପରେ ତାରକୁ ବିଦୁ୍ୟତ ପୋଲରୁ ବିଚ୍ଛିନ୍ନ କରାଯାଇଥିଲା । ଏହି କାଣ୍ଡ ରତନ ଓ ଗଙ୍ଗାଧର କରିଥିବା ଜାଣି ଗାଁ ଲୋକେ ଦୁହିଁଙ୍କୁ ଅଟକ ରଖିଥିଲେ । ଏହାକୁ ନେଇ କୋଡିଙ୍ଗା ଥାନାରେ ଏତଲା ଦିଆଯାଇଥିଲା । ପୁଲିସ ଏତଲାକୁ ଭିତ୍ତିକରି ଏକ ମାମଲା(୪୧/୨୦୨୧) ରୁଜୁ କରି ଗାଁରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଶନିବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ପ୍ରଶାନ୍ତ କୁମାର ସେଠୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons