ମହିଳାଙ୍କ ଶବ ଉଦ୍ଧାର, ଜଣେ ଗିରଫ

Get real time updates directly on you device, subscribe now.

ଲକ୍ଷ୍ମୀପୁର,(ବି.ବି.ନୁ୍ୟଜ): ଲକ୍ଷ୍ମୀପୁର ଥାନା ଘୋଡାବନ୍ଧ କଲୋନିର ଏକ ଭଡାଘରୁ ଜଣେ ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ଏଥିସହ ତାଙ୍କ ସହ ରହୁଥିବା ହେବେଲ ଟାକ୍ରି ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି । ମୃତାଜଣଙ୍କ ହେଲେ ଜୟପୁର ଖ୍ରୀଷ୍ଟିୟାନପେଟା ଅଞ୍ଚଳର ହେମାଙ୍ଗିନୀ ଖରା । ଆଜି ତାଙ୍କ ବାପା ହେମନ୍ତଦାସ ଖରା ଥାନାରେ ପହଞ୍ଚି ଝିଅକୁ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଛି ।
ମୃତାଙ୍କ ବାପା ଦେଇଥିବା ଏତଲା ଅନୁଯାୟୀ, ହେମାଙ୍ଗିନୀ ୧୦ବର୍ଷ ତଳେ ଜୟପୁରରେ ବିବାହ କରିଥିଲେ । ତାଙ୍କର ୮ବର୍ଷର ପୁଅ ମଧ୍ୟ ରହିଛି । ବିବାହର କିଛିବର୍ଷ ପରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିବା ପରେ ପୁଅକୁ ଧରି ହେମା ନିଜ ବାପଘରକୁ ଚାଲିଆସିଥିଲେ । ପରେ ପୁଅକୁ ବାପଘରେ ଛାଡିଦେଇ କାମକରିବାକୁ ହାଇଦ୍ରାବାଦ ଯାଇଥିଲେ । ଗତ ଫେବ୍ରୁୟାରୀ ୧୦ରେ ପୁଅ ବାହାଘର ଥିବାରୁ ସେ ହାଇଦ୍ରାବାଦରୁ ଘରକୁ ଆସିଥିଲେ । କିଛିଦିନ ରହିବା ପରେ ହାଇଦ୍ରାବାଦ ଯିିବି କହି ଘରୁ ବାହାରି ଯାଇଥିଲେ । କିନ୍ତୁ ସେ ହାଇଦ୍ରାବାଦ ନଯାଇ ହେବେଲଙ୍କ ସହ ଏଠି ରହୁଥିବା ମୃତୁ୍ୟ ପରେ ଜାଣିବାକୁ ପାଇଥିବା ହେମାଙ୍କ ବାପା ଏତଲାରେ ଦର୍ଶାଇଛନ୍ତି । ଖବର ନେବାରେ ଜଣାପଡିଛି, କୋରାପୁଟ ସଦର ଥାନା ମାଛରା ଗାଁର ହେବେଲ ବିବାହିତ ହୋଇଥିବା ବେଳେ କୋଡିଙ୍ଗାମାଳି ଖଣି ଅଞ୍ଚଳରେ ଡ୍ରାଇଭର ଭାବେ କାମ କରୁଛନ୍ତି । କିଛିଦିନ ତଳେ ଘୋଡାବନ୍ଧ କଲୋନିରେ ଏକ ଭଡା ଘର ନେଇ ରହୁଥିଲେ । ଗତ ୨୮ତାରିଖରେ ହେମାଙ୍ଗିନୀଙ୍କୁ ନିଜ ମାମୁଁଝିଅ ବୋଲି ପରିଚୟ ଦେଇ ଭଡାଘରେ ରଖିଥିଲେ । ୪ଦିନ ରହିବା ପରେ ହେବେଲ ଗୁରୁବାର ନିଜ ଘର ମାଛରାକୁ ଯାଇ ଶୁକ୍ରବାର ଅପରାହ୍ନରେ ଭଡାଘରକୁ ଫେରିଥିଲେ । କବାଟ ବନ୍ଦ ଥିବାରୁ ବାଡେଇବା ପରେ ମଧ୍ୟ ଉତ୍ତର ମିଳି ନଥିଲା । ପରେ ହେବେଲ ଘର ଉପରକୁ ଚଢି ଆଜବେଷ୍ଟସ ଟେକି ଦେଖିବା ବେଳକୁ ହେମାଙ୍ଗିନୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଥିଲା । କବାଟ ତାଡି ଘର ଭିତରକୁ ଯାଇ ଝୁଲନ୍ତା ଶବକୁ ଓହ୍ଲାଇବା ପରେ ପୁଲିସକୁ ଜଣାଇଥିଲେ । ଥାନା ଅଧିକାରୀ ଗୌରହରି ସାହୁ, ଏସଆଇ ସମ୍ବିତ ସ୍ୱାଇଁ, ଏଏସଆଇ ଛବିନ୍ଦ୍ର ନାୟକ ପ୍ରମୁଖ ସେଠାରେ ପହଞ୍ଚି ତଦନ୍ତ କରିଥିଲେ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons