୨୦ ଲକ୍ଷର ଗଞ୍ଜେଇ ଜବତ, ୨ ଗିରଫ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ଟାଉନ୍ ପୁଲିସ ପକ୍ଷରୁ ଏକ ଅଦା ବୋଝେଇ ଟ୍ରକରୁ ଜବତ ହୋଇଛି ୧୯୦ କେଜି ଗଞ୍ଜେଇ । ଏହି କାରବାରରେ ୨ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଟ୍ରକ୍ ଡ୍ରାଇଭର ଓ ହେଲ୍ପର । ପୁଲିସ୍ ପକ୍ଷରୁ ସେମାନଙ୍କ ପରିଚୟ ପ୍ରଦାନ କରାଯାଇନି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛି ପୁଲିସ୍ ।
ମଙ୍ଗଳବାର ଟ୍ରକ ନମ୍ବର ଜେଏଚ୍-୦୨-ଏଏସ୍-୬୧୮୧ରେ ଅଦା ବୋଝେଇ ହୋଇ ଆନ୍ଧ୍ରପ୍ରଦେଶରୁ ଉତ୍ତରପ୍ରଦେଶ ଯାଉଥିଲା । ଏହି ଅଦା ଭିତରେ ୧୦ଟି ପଲିଥିନ ବ୍ୟାଗରେ ୧୯୦ କେଜି ଗଞ୍ଜେଇ ମଧ୍ୟ ଚାଲାଣ କରାଯାଉଥିଲା । ମଝିଘରିଆଣୀ ମନ୍ଦିର ନିକଟରେ ଟ୍ରକ୍ଟିକୁ ଅଟକାଇ ପୁଲିସ୍ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ସନେ୍ଦହ ହେବାରୁ ଗାଡ଼ିଟିକୁ ଥାନାକୁ ଅଣାଯାଇଥିଲା । ଅଦା ଭିତରୁ ବାହାରିଥିଲା ୧୯୦ କେଜି ଗଞ୍ଜେଇ । ଟ୍ରକ୍କୁ ଜବତ କରିଛି ପୁଲିସ୍ । ଡ୍ରାଇଭର ଓ ହେଲ୍ପରଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏସ୍ପି ବିବେକାନନ୍ଦ ଶର୍ମା ଏହି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons