
କୋରାପୁଟ,(ବି.ବି.ନୁ୍ୟଜ): କୋରାପୁଟ ସଦର ଥାନା ଅନ୍ତର୍ଗତ କମାରଗୁଡ଼ା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଅଟୋ ଚାଳକଙ୍କ ମୃତୁ୍ୟ ହୋଇଛି । ମୃତ ଅଟୋ ଚାଳକ ହେଲେ ବାଲିପେଟାଗୁଡ଼ାର ହରି ପୂଜାରୀ(୪୦) । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଅଟୋଟି ଭାଙ୍ଗି ଚୁରମାର୍ ହୋଇଥିବା ବେଳେ ହରିଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇ ତଳେ ପଡ଼ିଥିଲା ।
ତଦନ୍ତ ଅଧିକାରୀ ଏଏସ୍ଆଇ ମନୋଜ ପ୍ରଧାନ କହିଛନ୍ତି, ଆଜି ଭୋର୍ ସମୟରେ ହରି ବାଲିପେଟାଗୁଡ଼ାରୁ ଅଟୋ(ଓଡ଼ି୧୦ଏମ୍-୯୬୯୪) ଚଲାଇ ରାଣୀଗଡ଼ ରାସ୍ତାରେ କୋରାପୁଟ ଅଭିମୁଖେ ଆସୁଥିଲେ । କମାରଗୁଡ଼ା ନିକଟରେ ବିପରୀତ ଦିଗରୁ ବୋରିଗୁମ୍ମା ଯାଉଥିବା ଏକ ଅଜଣାଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଦୁର୍ଘଟଣାରେ ଅଟୋଟି ଚୁରମାର ହୋଇଯାଇଥିଲା । ଅଟୋ ଚାଳକ ହରିଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା । କୌଣସି ଟ୍ରକ କିମ୍ବା ବଡ଼ ଗାଡ଼ି ଦୁର୍ଘଟଣା ଘଟାଇଥିବା ସନେ୍ଦହ କରାଯାଉଛି । ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ହରିଙ୍କ ଶବ ଜବତ କରାଯାଇ ବ୍ୟବଚ୍ଛେଦ କରାଯିବା ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି । ଅନ୍ୟପକ୍ଷରେ ମୃତକଙ୍କ ପୁଅ କମଳ ଲୋଚନ ପୂଜାରୀଙ୍କୁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ଅନୁକମ୍ପା ମୂଳକ ସହୟତା ଭାବରେ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜରୁରୀ ବିଭାଗ ସେrନ ଅଫିସର ପ୍ରକାଶ ସାମଲ କହିଛନ୍ତି ।


Comments are closed, but trackbacks and pingbacks are open.