ପୂର୍ବତନ ସାଂସଦଙ୍କ ଗାଡ଼ି ଧକ୍କାରେ ଜଣେ ମୃତ

Get real time updates directly on you device, subscribe now.

ଝରିଗାଁ,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ର ମାଝିଙ୍କ ଗାଡି ଧକ୍କାରେ ବୁଧବାର ଜଣେ ବାଇକ୍ ଆରୋହୀଙ୍କର ମୃତୁ୍ୟ ହୋଇଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ମୁଖ୍ୟ ରାସ୍ତାର ଆଦର୍ଶ ସ୍କୁଲ ଓ ପାର୍କ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ପଞ୍ଚାୟତ ପୋଡମୁଣ୍ଡି ଗାଁର ଆସମାନ୍ ସାନ୍ତାଙ୍କ ପୁଅ ଚକ୍ର(୨୭) । ଗୁରୁତର ହେଲେ ସେହି ଗାଁର ରବି ସାନ୍ତା(୨୫) । ଗାଡିରେ ଶ୍ରୀ ମାଝି ନଥିବାବେଳେ କେବଳ ଡ୍ରାଇଭର ଥିଲେ ବୋଲି ଜଣାପଡିଛି । ପୁଲିସ ଉଭୟ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଶ୍ରୀ ମାଝିଙ୍କ ଇନୋଭା ଗାଡି(ଓଡି ୩୩ ଏ ୨୬୦୧) ଝରିଗାଁରୁ ଚନ୍ଦାହାଣ୍ଡି ଅଭିମୁଖେ ଆସୁଥିଲା । ଗାଡିରେ କେବଳ ଡ୍ରାଇଭର ଦୀପକ ଦୋରା ଥିଲେ । ଏହି ସମୟରେ ଗୋଟିଏ ବାଇକ୍(ଓଡି୨୪ବି୬୨୭୯) ରେ ଚକ୍ର ଓ ରବି ଯାଉଥିଲେ । ବାଇକ୍ ଚାଳକ ସିଧା ଗାଡି ଆଣି ଶ୍ରୀ ମାଝିଙ୍କ ଗାଡିରେ ଧକ୍କା ଦେଇଥିବା ଶ୍ରୀ ଦୋରା କହିଛନ୍ତି । ଧକ୍କା ଏତେ ଜୋର୍ ଥିଲା ଯେ ଘଟଣାସ୍ଥଳରେ ଚକ୍ରଙ୍କର ମୃତୁ୍ୟ ହୋଇଥିଲା । ରବି ଗୁରୁତର ହୋଇଥିଲେ । ରବିଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons