
କେନ୍ଦୁଝର,(ବି.ବି.ନୁ୍ୟଜ): ଗାଡ଼ି ଚାଳନା ପାଇଁ ନିର୍ଦ୍ଧିଷ୍ଟ ବୟସ ସୀମା ରହିଛି । ୧୮ ବର୍ଷ ବୟସ ହୋଇନଥିଲେ ପିଲାମାନେ ଗାଡ଼ି ଚଳାଇପାରିବେନି ବୋଲି ସ୍ପଷ୍ଟ ଭାବେ କୁହାଯାଇଛି । କିନ୍ତୁ ଅଭିଭାବକମାନେ ନିୟମ ମାନୁନାହାନ୍ତି କି ପିଲାମାନଙ୍କୁ ନିୟମ ବାବଦରେ ଅବଗତ କରୁନାହାନ୍ତି । ଯାହାର ପରିଣାମ ଭୋଗିବାକୁ ପଡ଼ିଛି କେନ୍ଦୁଝରର ୪ ଜଣ ଅଭିଭାବକଙ୍କୁ । ଆଜି ୪ ଜଣ ଛାତ୍ରଛାତ୍ରୀ ବିନା ଲାଇସେନ୍ସରେ ଧରାପଡ଼ିଥିବାବେଳେ ସେମାନଙ୍କ ଅଭିଭାବକ ଲକ୍ଷେ ଟଙ୍କା ଜରିମାନା ଭରିବେ ବୋଲି ଜଣାପଡ଼ିଛି ।
ବୁଧବାର କେନ୍ଦୁଝର ପରିବହନ ବିଭାଗ ପକ୍ଷରୁ ଯାନବାହାନ ଯାଞ୍ଚ କରାଯାଇଥିଲା । ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ରାଙ୍କିଠାରେ ପ୍ରଥମଥର ପାଇଁ ଛାତ୍ରଛାତ୍ରୀଙ୍କ ବାଇକ୍ ଚାଳନା ଉପରେ ଯାଞ୍ଚ କରିବା ସମୟରେ ୪ ଜଣ ଛାତ୍ରଛାତ୍ରୀ ଧରାପଡିଥିଲେ । ବିନା ଲାଇସେନ୍ସରେ ବାଇକ୍ ଚଳାଉଥିବା ଅପରାଧରେ ଏହି ୪ ଜଣଙ୍କ ଠାରୁ ଜରିମାନା ପାଇଁ ଭିସିଆର କରାଯାଇଛି । ପ୍ରତ୍ୟେକ ଗାଡିକୁ ୨୫ହଜାର ଟଙ୍କା ଲେଖାଏଁ ଚାଲାଣ କରାଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି । ଓଡି୦୯ ଆର୍ ୫୫୩୩, ଓଡି ୦୯ କୁ୍ୟ ୫୧୩୧, ଓଡି ୦୯ ଏନ୍ ୦୨୮୪ ଏବଂ ଓଡି ୧୯ ଟି ୫୯୧୨ ଆଦି ୪ଟି ଗାଡିର ମାଲିକ ତଥା ଅଭିଭାବକଙ୍କୁ ୧ଲକ୍ଷ ଟଙ୍କା ଜରିମାନା କଟାଯାଇଛି ।
ଏହି ଘଟଣା କେନ୍ଦୁଝରରେ ଚର୍ଚ୍ଚାର ବିଷୟ ପାଲଟିଛି । ବିନା ଲାଇସେନ୍ସ ଓ ବିଶେଷ କରି ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଗାଡି ଚଳାଇ ଯାଉଥିବା ବେଳେ ନିୟମିତ ବ୍ୟବଧାନରେ ପରିବହନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଜରିମାନା ଆଦାୟ କରାଯିବ ବୋଲି ମୋଟରଯାନ ନିରୀକ୍ଷକ ଚିତ୍ତରଞ୍ଜନ ସେନାପତି ସୂଚନା ଦେଇଛନ୍ତି । ଏହି ଚଢ଼ଉ ସମୟରେ କନିÂ ମୋଟରଯାନ ନିରୀକ୍ଷକ ଦିବ୍ୟଜ୍ୟୋତି ମହାନ୍ତ ଓ ପୁଲିସ କର୍ମଚାରୀ ନିୟୋଜିତ ରହିଥିଲେ ।


Comments are closed, but trackbacks and pingbacks are open.