ସ୍ଥାୟୀ ଜମା ଲକ୍ଷ୍ୟ ହଜାରେ କୋଟ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ): ଶ୍ରୀମନ୍ଦିରର ଆର୍ଥିକ ସୁଧାର ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ବିବିଧ ପଦକ୍ଷେପ ନେବାକୁ ପ୍ରସ୍ତାବ ଆସିଛି । ବିଶେଷ କରି ଆସନ୍ତା ଆର୍ଥିକ ବର୍ଷରେ ୨୦୨ କୋଟି ଟଙ୍କାର ବଜେଟ୍ କରାଯାଇଛି । ଏହା ବଳକା ବଜେଟ୍ ହେବ ବୋଲି ଆକଳନ କରାଯାଉଛି । ବୁଧବାର ଶ୍ରୀମନ୍ଦିର ଅର୍ଥ ସବ୍ କମିଟି ବୈଠକରେ ଏହି ଅଟକଳକୁ ଅନୁମୋଦନ ମିଳିଛି । ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହିସବୁ ପ୍ରସ୍ତାବ ଅନୁମୋଦନ ପାଇଁ ଶୀଘ୍ର ଉପସ୍ଥାପନ କରାଯିବ ।
ଅର୍ଥ ସବ୍ କମିଟି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିଛି । ୨୦୨୨ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଶ୍ରୀମନ୍ଦିର ସ୍ଥାୟୀ ଜମା ୬୫୦ କୋଟିରୁ ୭୫୦ କୋଟିକୁ ବୃଦ୍ଧି ପାଇବ । ୨୦୨୩ ରଥଯାତ୍ରା ସୁଦ୍ଧା ଶ୍ରୀମନ୍ଦିର ସ୍ଥାୟୀ ଜମା ପରିମାଣ ୧୦୦୦ କୋଟି ଟଙ୍କାକୁ ବୃଦ୍ଧି କରିବାକୁ କମିଟି ଅନୁମୋଦନ ଦେଇଛି । ଦାନ, ଖଣି ଲିଜ, ମନ୍ଦିର ଜମିର ବ୍ୟବସାୟିକ ବିନିଯୋଗ, ଭିନ୍ନ ବର୍ଗରେ ସ୍ୱତନ୍ତ୍ର ଦାନ ଗ୍ରହଣ ବ୍ୟବସ୍ଥା, ହୁଣ୍ଡି ଦାନ ଗ୍ରହଣ ବ୍ୟବସ୍ଥାରେ ସଂସ୍କାର, ନୂତନ ଭକ୍ତ ନିବାସ ନିର୍ମାଣ ଆଦି ଜରିଆରେ ଶ୍ରୀମନ୍ଦିର ରାଜସ୍ୱ ବୃଦ୍ଧି ପାଇଁ ପ୍ରସ୍ତାବ ଆସିଛି ।
କମିଟି ବୈଠକରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକ୍ରମେ ଶ୍ରୀମନ୍ଦିରରେ ତିନି ଗୋଟି ସ୍ଥାୟୀଜମା ପାଣ୍ଠି ରହିଥିବା ବେଳେ ଆସନ୍ତା ବର୍ଷ ସେବାୟତ କଲ୍ୟାଣ ପାଇଁ ଆଉ ଏକ ସ୍ଥାୟୀ ପାଣ୍ଠି ସୃଷ୍ଟି କରାଯିବ । ସେବକ କଲ୍ୟାଣ ପାଇଁ ଏହି ସ୍ଥାୟୀଜମା ପାଣ୍ଠି ଗଠନ ହେବ । ପ୍ରତିବର୍ଷ ଏହି ପାଣ୍ଠିରେ ୫ କୋଟି ଟଙ୍କା ଶ୍ରୀମନ୍ଦିର ପ୍ରଶାସନ ଜମା କରିବ । ଏହି ପାଣ୍ଠିକୁ ସ୍ୱତନ୍ତ୍ର ଭାବେ କେବଳ ସେବାୟତଙ୍କ ଜରୁରି ସେବାରେ ବିନିଯୋଗ କରାଯିବ । ଏହା ବ୍ୟତୀତ ସେବାୟତଙ୍କ ଜଟିଳ ରୋଗର ଚିକିତ୍ସା ପାଇଁ ପ୍ରତିବର୍ଷ ୫୦ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି । ବୀମା ବହିର୍ଭୂତ ଜଟିଳ ରୋଗର ଚିକିତ୍ସା ପାଇଁ ଏହି ପାଣ୍ଠି ବିନିଯୋଗ ହେବ ।
ସେବାୟତଙ୍କ ପାଇଁ ଗୁରୁକୁଳ ନିର୍ମାଣ କାମ ଆରମ୍ଭ ହେବ । ଏଥିପାଇଁ ୧୭ ଏକର ଜମି ଚିହ୍ନଟ ହୋଇ ସାରିଛି । ଜମି ଚିହ୍ନଟ ସହ ନିର୍ମାଣ କାମ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପାଣ୍ଠି ବ୍ୟବସ୍ଥା ହୋଇଛି । ଏହା ବ୍ୟତୀତ ସୁପି୍ରମକୋର୍ଟ ମଧ୍ୟ ଏହି ଗୁରୁକୁଳ ନିର୍ମାଣ ପାଇଁ ୬ କୋଟିରୁ ଅଧିକ ସହାୟତା ପ୍ରଦାନ କରିଛନ୍ତି । ଏହାର ନିର୍ମାଣକାରୀ ସଂସ୍ଥା ସହ ଶ୍ରୀମନ୍ଦିର ପ୍ରଶାସନ ବୁଝାମଣାପତ୍ର (ଏମଓୟୁ)ସ୍ୱାକ୍ଷର କରିଛି । ଚଳିତ ଆର୍ଥିକ ବର୍ଷରେ ନିର୍ମାଣକାର୍ଯ୍ୟ ଆରମ୍ଭ ହେବ ।
ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କି୍ରଷନ କୁମାର କହିଛନ୍ତି, ଚଳିତ ରଥଯାତ୍ରା ପାଇଁ ୧୧କୋଟି ଟଙ୍କାର ଖର୍ଚ୍ଚ ପ୍ରସ୍ତାବ ରହିଛି । ଶ୍ରୀମନ୍ଦିର ଉପାର୍ଜନ ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଛି । ଶ୍ରୀମନ୍ଦିର ପ୍ରାଇମ୍ ଲୋକେସନ୍ ଜମିରେ ବ୍ୟବସାୟିକ ପ୍ରତିÂାନ ନିର୍ମାଣ କରି ଭଡ଼ା ଦିଆଯିବ । ଖଣି ନିଲାମ, ଜମି ବିକି୍ର, ଦୁଇଟି ଭକ୍ତ ନିବାସର ଉପାର୍ଜନ ବୃଦ୍ଧି ପାଇବ । ଚଳିତ ବର୍ଷ ଜମି ବିକି୍ରରୁ ୪୦ କୋଟି ଓ ଖଣି ନିଲାମରୁ ୮ କୋଟି ଟଙ୍କା ଉପାର୍ଜନ ହୋଇଛି । ଏହି ପରିମାଣ ଆସନ୍ତା ଆର୍ଥିକ ବର୍ଷରେ ଆହୁରି ବୃଦ୍ଧି ପାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସେ ପୁଣି କହିଛନ୍ତି ଶ୍ରୀମନ୍ଦିର ଦାନ ବ୍ୟବସ୍ଥାକୁ ସଂସ୍କାର କରାଯାଇଛି । ପ୍ରତ୍ୟେକ କ୍ଷେତ୍ରରେ ଭିନ୍ନ ଭିନ୍ନ ହେଡ୍ରେ ଦାନ ନିଆଯିବ । ଧ୍ୱଜା, ଅଳଙ୍କାର, ଭୋଗ ପାଇଁ ଦାନ ନିଆଯିବ । ବିଭିନ୍ନ ମେଟ୍ରୋ ସିଟି, ରେଳ ଷ୍ଟେସନ, ଏରୋଡ୍ରମ, ସର୍ବସାଧାରଣ ସ୍ଥାନମାନଙ୍କରେ ଦାତାଙ୍କୁ ଆକର୍ଷିତ କରିବା ଭଳି ଦାନବାକ୍ସ ସ୍ଥାପନ କରାଯିବାକୁ ନିଷ୍ପତ୍ତି ହୋଇଛି । ଭକ୍ତମାନେ ମହାପ୍ରଭୁଙ୍କୁ ବିଭିନ୍ନ ବର୍ଗରେ ଦାନ ଦେବାକୁ ଆଗ୍ରହ ପ୍ରକାଶ କରିଥିବାରୁ ଦାନ ସଂଗ୍ରହ ବ୍ୟବସ୍ଥାର ସମ୍ପୂର୍ଣ୍ଣ ସଂସ୍କାର କରାଯିବ । ଯେଉଁ ରାଜ୍ୟରେ ଓଡ଼ିଶା ଭବନ ଅଛି ସେଠାରେ ଏହି ଦାନବାକ୍ସ ସ୍ଥାପନ କରାଯିବ ।ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଆଇନ ସଚିବ, ଶ୍ରୀମନ୍ଦିର ଅର୍ଥ ତଥା ଉନ୍ନୟନ ବିଭାଗ ପ୍ରଶାସକ, ନୀତି ପ୍ରଶାସକ, ସୁରକ୍ଷା ପ୍ରଶାସକ, ଶ୍ରୀମନ୍ଦିର ଚାଟାର୍ଡ ଆକାଉଣ୍ଟାଣ୍ଟ, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ମତାମତ ଦେବା ସହ ସଂଶୋଧନ ପ୍ରସ୍ତାବ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons