
ରାୟଗଡ଼ା,(ବି.ବି.ନୁ୍ୟଜ): ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଥେରୁବାଲି ଠାରେ ଟ୍ରକ୍ ଧକ୍କାରେ ଜଣଙ୍କରମୃତୁ୍ୟ ଘଟିଥିବା ବେଳେ ଆଉଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣେ ବାଳକ ହୋଇଥିବା ବେଳେ ତାଙ୍କର ପରିଚୟ ମିଳିପାରି ନାହିଁ । ଆହତ ଜଣକ ରାୟଗଡ଼ାର ମନୋଜ ବେଉରିଆ ବୋଲି ଜଣାପଡ଼ିଛି ।
ଘଟଣାରୁ ପ୍ରକାଶ ଯେ, ମନୋଜ ତାଙ୍କ ବାଇକ(ଓଡି-୩୩-ୟୁ-୦୪୮୮) ଯୋଗେ ବିଷମକଟକ ବ୍ଲକ ଚାଟିକଣାରୁ ରାୟଗଡ଼ା ଅଭିମୁଖେ ଆସୁଥିଲେ । ଥେରୁବାଲି ନିକଟରେ ଏକ ଟ୍ରକକୁ ପାରିହୋଇ ଯିବା ସମୟରେ ଆଉ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ଆରୋହୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ବାସିନ୍ଦା ଏବଂ ଇମ୍ଫା କାରଖାନାର ସୁରକ୍ଷାବାହିନୀ ପହଞ୍ଚିି ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଚିକତ୍ସାଳୟକୁ ଆଣିବା ବାଟରେ ବାଳକଙ୍କ ମୃତୁ୍ୟ ଘଟିଥିଲା । ଅପରପକ୍ଷରେ, ଆହତ ମନୋଜଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ପହଞ୍ଚିିଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିିଛି । ଥେରୁବାଲି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।


Comments are closed, but trackbacks and pingbacks are open.