
ବଲାଙ୍ଗୀର (ଗୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ) : ବଲାଙ୍ଗୀର ଜିଲ୍ଲା ଚିତାମରା ଗାଁରେ ଅଭାବନୀୟ ଘଟଣା ଘଟିଛି । ୩୩ କେଭି ବିଦ୍ୟୁତ ଟାଓ୍ୱାରକୁ ଚଢି ଯୁବକଙ୍କ ଆତ୍ମହତ୍ୟା । ମୃତକ ପରିମଳ କୁମ୍ଭାର ବୋଲି ଜଣାପଡିଛି । ଖବର ଅନୁଯାୟୀ, ବୁଧବାର ରାତିରେ ପରିବାରରେ କୌଣସି କାରଣକୁ ନେଇ କଳହ ହୋଇଥିଲା । ଯୁବକ ଜଣଙ୍କ ରାଗିଯାଇ ଘର ପାଖରେ ଥିବା ବିଦ୍ୟୁତ ଟାଓ୍ୱାରକୁ ଖୁଣ୍ଟକୁ ଚଢି ଯାଇଥିଲେ। ଶେଷରେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ବଡମାଲ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ତେବେ କେଉଁ କାରଣ ନେଇ ପରିବାରରେ ବିବାଦ ଲାଗିରହିଥିଲା । ତାହା ବର୍ତ୍ତମାନ ପର୍ୟ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ଘଟଣାରେ ପୋଲିସ ତଦନ୍ତ କଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକ ଆଶା କରିଛନ୍ତି । ସେହିପରି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ କାର୍ୟ୍ୟ ଆଗକୁ ବଢିବା ବୋଲି ସୂଚନା ମିଳିଛି ।


Comments are closed, but trackbacks and pingbacks are open.